Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଝଡ ପରି ବହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ମାରିଲେ ୨୦ ଛକା, ୫୫ ବଲରେ ଖେଳିଲେ ୧୫୮ ରନର ବିସ୍ଫୋରକ ଇନିଂସ

6/03/2020 at 2:47 PM

ନଭି ମୁମ୍ବାଇ ୦୬।୦୩- ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ନିଜର ବ୍ୟାଟରେ ଧମାଲ କରିଛନ୍ତି। ଏହି ଅଲରାଉଣ୍ଡର ଡିଓ୍ଵାଇଭି ପାଟିଲ ଟ-୨୦ କପରେ ଆଉ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏହି ମ୍ୟାଚରେ ଛକାର ବର୍ଷା କରିଛନ୍ତି। ଗୋଟିଏ କି ଦୁଇଟି କିମ୍ଵା ୧୦ଟି ନୁହଁ ୨୦ଟି ଛକା ସହାୟତାରେ ଅପରାଜିତ ୧୫୮ ରନର ଧୂଆଁଧାର ଇନିଂସ ଖେଳିଛନ୍ତି।

ଡିଓ୍ଵାଇ ପାଟିଲ ଟି-୨୦ କପର ସେମି ଫାଇନାଲରେ ଶୁକ୍ରବାର ୨୬ ବର୍ଷୀୟ ପାଣ୍ଡ୍ୟା ରିଲାୟନ୍ସ ଓ୍ଵାନ ପକ୍ଷରୁ ଖେଳି ବିପିସିଏଲ ବିପକ୍ଷରେ ମାତ୍ର ୫୫ ବଲରୁ ଅପରାଜିତ ୧୫୮ ରନର ବିଧ୍ଵଂସ ପାଳି ଖେଳିଛନ୍ତି। ପାଣ୍ଡ୍ୟାଙ୍କ ଏହି ପାଳି ସହାୟତାରେ ରିଲାୟନ୍ସ ଓ୍ଵାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୨୩୮ ରନର ବିଶାଳ ସ୍କୋର କରି ପାରିଥିଲା। ପାଣ୍ଡ୍ୟା ନିଜର ଏହି ବ୍ୟାଟିଂରେ ୨୦ ଛକା ଓ ୪ ଚୌକା ମାରିଥିଲେ।

ଆହାତଜନିତ ସମସ୍ୟାରୁ ମୁକୁଳିଥିବା ଏହି ଭାରତୀୟ ଅଲରାଉଣ୍ଡର ଏହା ପୂର୍ବରୁ ମଙ୍ଗଳବାର ୩୯ ବଲରୁ ୧୦୫ ରନ ବିସ୍ଫୋରକର ଇନିଂସ ଖେଳିଥିଲେ। ପାଣ୍ଡ୍ୟାଙ୍କ ଏହି ଧୂଆଁଧାର ବ୍ୟାଟିଂ ବଳରେ ରିଲାୟନ୍ସ ଓ୍ଵାନ ଡିଓ୍ଵାଇ ପାଟିଲ ଟି-୨୦ କପରେ ସିଏଜି ଦଳକୁ ୧୦୧ରନ ବଡ ବ୍ୟବଧାନରେ  ପରାସ୍ତ କରିଥିଲା।

ପାଣ୍ଡ୍ୟାଙ୍କୁ ପାଞ୍ଚ ମାସ ପୂର୍ବରୁ ଅଣ୍ଟାରେ ଆଘାତ ଲାଗିଥିଲା। ଏହା ପରେ ସେ ଲଣ୍ଡନରେ ସର୍ଜରୀ କରିଥିଲେ। ଏବେ ସେ ନିଜର ଦମଦାର ଫର୍ମ ଜରିଆରେ ଭାରତୀୟ ଦଳକୁ ଫେରିବା ଲାଗି ନିଜର ଦାବି ଉପସ୍ଥାପନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ତାଙ୍କୁ ଦଳରେ ଚୟନ କରାଯିବା ନିଶ୍ଚିତ ଲାଗୁଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୨ରେ ଖେଳାଯିବ।

   Related Posts