ନିଜ ପିଲାବେଳ ସାଙ୍ଗକୁ ବିବାହ କରିବେ ହାର୍ଦ୍ଦିକ ; ଜାଣନ୍ତୁ କିଏ

Published By : Prameya-News7 Bureau | January 21, 2019 IST

ଅହମଦାବାଦ ୨୧/୧ : ଗୁଜରାଟରେ ପାଟିଦାର ସଂରକ୍ଷଣ ଆନ୍ଦୋଳନର ଆଗୁଆ ନେତା ହାର୍ଦିକ ପଟେଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଆସନ୍ତା ୨୭ ତାରିଖରେ ହାର୍ଦିକ ତାଙ୍କ ପିଲାବେଳର ସାଙ୍ଗ କିଂଜଳ ପାରେଖଙ୍କୁ ବିବାହ କରିବେ | ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲା ଦିଗସାର ଗାଁରେ ଏହି ବିବାହ ଅନୁଷ୍ଠିତ ହେବ | ବିବାହ ସମାରୋହକୁ ଅତି ନିରାଡମ୍ବର ଭାବେ ଆୟୋଜନ କରିଛନ୍ତି ହାର୍ଦିକ | ଏହି ବିବାହ ସମାରୋହରେ ଉଭୟ ପରିବାର ପକ୍ଷରୁ ପାଖାପାଖି ୧୦୦ ଜଣ ଅତିଥି ଯୋଗଦେବେ ବୋଲି ଜଣାପଡିଛି | ହାର୍ଦ୍ଦିକଙ୍କ ପରିବାରର ଇଷ୍ଟଦେବୀ ମେଲଡୀ ମାତା ମନ୍ଦିରରେ ବିବାହ ଅନୁଷ୍ଠିତ ହେବ | ଏହାପରେ ଉଭୟ ବରକନ୍ୟା ହାର୍ଦ୍ଦିକଙ୍କ ଘରକୁ ଯିବେ |

{"id":76555,"width":584,"height":423}

ହାର୍ଦ୍ଦିକଙ୍କ ପିତା ଭରତ ପଟେଲଙ୍କ ଅନୁସାରେ, ହାର୍ଦ୍ଦିକ ଏବଂ କିଂଜଳ ପିଲାଦିନୁ ପରସ୍ପରକୁ ଜାଣିଛନ୍ତି | ଉଭୟଙ୍କ ପିଲାବେଳ ଚନ୍ଦନନଗର ଗାଁରେ ବିତିଛି | ହାର୍ଦ୍ଦିକ ଏବଂ କିଂଜଳଙ୍କ ବିବାହ ପାଇଁ ଉଭୟ ପରିବାର ରାଜି ହେବାରୁ ୨୭ ତାରିଖରେ ବିବାହ ହେବ ବୋଲି ହାର୍ଦ୍ଦିକଙ୍କ ପିତା କହିଛନ୍ତି |

କିଛି ଲୋକ ହାର୍ଦ୍ଦିକ ଅନ୍ୟ ଜାତିରେ ବିବାହ କରୁଛନ୍ତି ବୋଲି କହିଥିଲେ | ଯେହେତୁ କିଂଜଳଙ୍କ ସାଂଜ୍ଞା ହାର୍ଦ୍ଦିକଙ୍କ ସାଂଜ୍ଞା ସହ ମିଶୁନାହିଁ | କିନ୍ତୁ କିଂଜଳ ମଧ୍ୟ ପାଟିଦାର ସମ୍ପ୍ରଦାୟର ବୋଲି କହିଛନ୍ତି ହାର୍ଦ୍ଦିକଙ୍କ ବାପା | ପିଲାବେଳୁ ହିଁ ହାର୍ଦ୍ଦିକଙ୍କ ଘରକୁ କିଂଜଳ ଯିବା ଆସିବା କରନ୍ତି | ସେ ହାର୍ଦ୍ଦିକଙ୍କ ସାନ ଭଉଣୀ ମୋନିକାଙ୍କ ସହ ଗୋଟିଏ ସ୍କୁଲରେ ପଢୁଥିଲେ | କିଂଜଳଙ୍କ ପରିବାର ମୂଳରୁ ସୁରଟରେ ରହୁଥିଲେ | କିନ୍ତୁ ବହୁ ବର୍ଷ ପୂର୍ବରୁ ସେମାନଙ୍କ ପରିବାର ହାର୍ଦ୍ଦିକଙ୍କ ଗାଁରେ ଆସି ବସବାସ କରିଥିଲେ | ଭରତ ପଟେଲ କହିଛନ୍ତି ଯେ, ହାର୍ଦ୍ଦିକ ଏବଂ କିଂଜଳଙ୍କ ବନ୍ଧୁତ୍ୱ ଦେଖି ସମସ୍ତେ ଅନୁମାନ କରିଥିଲେ ଯେ, ଉଭୟଙ୍କ ସମ୍ପର୍କ ବହୁତ ଭଲ ପ୍ରମାଣିତ ହେବ |

{"id":76556}

୨୦୧୬ ମାର୍ଚ୍ଚ ମାସରେ ହାର୍ଦ୍ଦିକ ସୁରଟ ଜେଲରେ ଥିଲେ | ଦେଶଦ୍ରୋହ ମାମଲାରେ ହାର୍ଦ୍ଦିକଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା | ସେତେବେଳେ କିଂଜଳଙ୍କ ସହ ତାଙ୍କ ନିର୍ବନ୍ଧ ହେବ ବୋଲି ଘୋଷଣା ହୋଇଥିଲା | କିଂଜଳ ଜଣେ କମର୍ସ ଛାତ୍ରୀ ଏବଂ ସେ ଏବେ ଆଇନ ପଢୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.