କେବେ କମିବ ପେଟ୍ରୋଲ୍ ଦାମ୍ ? ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ତୈଳ କମ୍ପାନୀଙ୍କୁ କଲେ ଅପିଲ୍
22/01/2023 at 11:05 PM

ନୂଆଦିଲ୍ଳୀ, ୨୨/୦୧: ଦେଶରେ ତେଲ ଦର କମିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ । ରବିବାର କେନ୍ତ୍ରମନ୍ତ୍ରୀ କହିଛନ୍ତି ଗତ ବର୍ଷର କ୍ଷତିକୁ ଦେଖି ପେଟ୍ରୋଲର ଦାମ୍ ଜଲଦୀ କମ୍ ହେବାର ଜଣାପଡ଼ୁନାହିଁ। ତୈଳ କମ୍ପାନୀ ଆଇଓସି, ବିପିସିଏଲ ଏବଂ ଏଚପିସିଏଲ ଗତ ୧୫ ମାସରେ ପେଟ୍ରୋଲ ଏବଂ ଡିଜେଲ୍ର ଦାମ୍ର କିଣା ଖର୍ଚ୍ଚ ତୁଳନାରେ ତେଲ ଦରରେ ପରିବର୍ତ୍ତନ ହୋଇନାହିଁ। ଆମଦାନୀ ଖର୍ଚ୍ଚ ତୁଳନାରେ ଦାମ୍ ନ ବଢ଼ିବା କାରଣରୁ କମ୍ପାନିଙ୍କୁ କ୍ଷତି ଉଠାଇବାକୁ ପଡ଼ିଛି।
ଅବଶ୍ୟ ଗତ କିଛି ମାସରୁ ଅନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲର ଦାମ୍ କମିବା କାରଣରୁ କମ୍ପାନୀଙ୍କ ଉପରେ କିଛି ଚାପ କମ୍ ରହିଛି କିନ୍ତୁ ସେମାନେ ଗତଥର ହୋଇଥିବା କ୍ଷତିରୁ ଭରଣ ପାଇଁ ପେଟ୍ରୋଲ୍-ଡିଜେଲ୍ର ଦାମ୍ରେ କୌଣସି କାଟ୍ କରିନାହାଁନ୍ତି। ତେବେ କ୍ଷତି ଭରଣ ପରେ ତେଲ ଦର ହ୍ରାସ କରିବାକୁ କମ୍ପାନିମାନଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସେ କହିଛନ୍ତି ଯେ ଅନୁମାନ କରାଯାଉଛି ଯେ ‘କ୍ଷତି ଭରଣା ହେବା ପରେ ଦାମ୍ ହ୍ରାସ ହୋଇପାରିବ। ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ କଞ୍ଚା ତେଲ ଦାମ୍ରେ ଆସିଥିବା ବୃଦ୍ଧି ପରେ ବି ତେଲ କମ୍ପାନୀମାନେ ଖୁଚୁରା ଦାମ୍ରେ କୌଣସି ବୃଦ୍ଧି ହୋଇନାହିଁ।
ସେ କହିଛନ୍ତି ‘ଆମେ ତୈଳ କମ୍ପାନିଙ୍କୁ ଦାମ୍ ସ୍ଥିର ରଖିବାକୁ କହିନଥିଲୁ। ସେମାନେ ନିଜେ ହିଁ ନିଷ୍ପତ୍ତି ନେଇଥିଲେ। ଅବଶ୍ୟ ଉଚ୍ଚ ଦାମ୍ରେ କଞ୍ଚା ତେଲ କିଣିବା ଦ୍ବାରା ଆମଦାନୀ ଖର୍ଚ୍ଚ ବଢ଼ିଥିଲା। ଜୁନ୍ ୨୦୨୨ ଶେଷ ସୁଦ୍ଧା କମ୍ପାନିଙ୍କୁ ୧ ଲିଟର ପେଟ୍ରୋଲ ଉପରେ ୧୭.୪ ଟଙ୍କା ଏବଂ ଡିଜେଲ୍ ଉପରେ ୨୭.୨ ଟଙ୍କା ପ୍ରତି ଲିଟର କ୍ଷତି ଉଠାଇବାକୁ ପଡ଼ିଥିଲା।’
ଆଇଓସି, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ୬ ଏପ୍ରିଲ୍ ୨୦୨୨ ରେ ଶେଷ ଥର ପେଟ୍ରୋଲ ଡିଜେଲର ଦାମ୍ରେ ସଂଶୋଧନ କରିଥିଲେ। ପୁରୀ କହିଥିଲେ ଯେ ଦାମ୍ ସ୍ଥିର ରଖିବା ଦ୍ବାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ଏହି କମ୍ପାନୀମାନଙ୍କୁ ୨୧,୨୦୧.୧୮ କୋଟି ଟଙ୍କାର କ୍ଷତି ହୋଇଥିଲା। ସେ କହିଛନ୍ତି ଏହି କ୍ଷତିର ଭରଣ ହେବା ବାକି ରହିଛି।