ହାର୍ଡକୋର ମାଓବାଦୀ କମଳୁ ବେଟିର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର
25/02/2020 at 2:36 PM

ମାଲକାନଗିରି ୨୫।୨: ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ ବିଜାପୁର ଜିଲ୍ଲାର କମଳୁ ବେଟି ୨୦୦୭ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ ।

ଦୀର୍ଘ ୧୨ ବର୍ଷ ଧରି ଦରଭା ନକ୍ସଲ ସଂଗଠନରେ ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ କାଙ୍କୁରୁ ଘାଟି ଏରିଆ କମିଟିର ସମ୍ପାଦକ ରହିଥିଲା । ହେଲେ ଆଦିବାସୀ ଲୋକଙ୍କ ବିକାଶ ଲାଗି କମଳୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ଖାନ ।

କମଳୁ ନାମରେ ପୁର୍ବରୁ ଅନେକ ହତ୍ୟା ମାମଲା ରହିଥିବା ବେଳେ ରାଜ୍ୟ ସରକାର ତାଙ୍କ ମୁଣ୍ଡ ଉପରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଆତ୍ମ ସମର୍ପଣ ପରେ ତାଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ଡିଆଇଜି କହିଛନ୍ତି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023