ହାର୍ଡକୋର ମାଓନେତାର ଆତ୍ମସମର୍ପଣ, ବିଭିନ୍ନ ହିଂସାକାଣ୍ଡ ସାମିଲ ଥିଲା ମାଓନେତା ଜିପ୍ର ହିକ୍‌କା

Published By : Prameya-News7 Bureau | February 12, 2020 IST

ମାଲକାନଗିରି ୧୨।୦୨: ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ ସଫଳତା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକ୍ରୁଷ୍ଟ ହୋଇ ଲାଲବାହିନୀର ହାତ ଛାଡିଲେ ହାର୍ଡକୋର ମାଓନେତା ଜିପ୍ର ହିକକା । ଗତ ମାସ ୨୫ ତାରିଖ ଦିନ ସ୍ଵାଭିମାନ ଅଞ୍ଚଳର ଯଡାମ୍ବ ଗ୍ରାମରେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଆସିଥିବା ଦୁଇଜଣ ମାଓ ନେତା ଆଦିବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଏଥିରେ ଜଣେ ମାଓନେତାଙ୍କ ମୃତ୍ୟୁ ହୋଇଥିଲା ବେଳେ  ଗୁରୁତର ମାଓ ନେତା ଜିପ୍ରକୁ ଧରି ପୋଲିସ ପାଖରେ ଜିମା ଦେଇଥିଲେ ଉତ୍ୟକ୍ତ ଗ୍ରାମବାସୀ । ପରେ ପୋଲିସ ମାନବିକତା ଦେଖାଇ ଆହତ ମାଓବାଦୀ ଜିପ୍ରର ଚିକିତ୍ସା କରାଇଥିଲା ।

{"id":223596,"sizeSlug":"large"}

ପୋଲିସର ମାନବିକତା ଓ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଦେଖି ଆତ୍ମସମର୍ପଣ କରିବାକୁ ନିଷ୍ପତି ନେଇଥିଲା ହାର୍ଡକୋର ମାଓ ନେତା ଜିପ୍ର । ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିରେ ଦୀର୍ଘ ବର୍ଷ ଧରି ମାଓନେତା ଜିପ୍ର କାମ କରିବା ସହ ଗୁମ୍ମା ଏରିଆ କମିଟିର ଏସିଏମ୍‌ ହୋଇ ଅନେକ ହିଂସାକାଣ୍ଡରେ ସାମିଲ ହୋଇଥିଲା । ଏମିତିକି ଆନ୍ଧ୍ରପ୍ରଦେଶ ରାଜ୍ୟର ଆରକୁ ବିଧାୟକଙ୍କ ହତ୍ୟାକାଣ୍ଡରେ ମଧ୍ୟ ସାମିଲ ଥିଲା । ପୂର୍ବରୁ ସରକାର ଜିପ୍ର ନାମରେ ୪ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ଆତ୍ମସମର୍ପଣ ପରେ ଓଡିଶା ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ମାଓ ନେତା ଜିପ୍ରଙ୍କୁ ଯୋଗାଇ ଦିଆ ଯିବ ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.