ଦୁର୍ଦ୍ଦାନ୍ତ ଅପରାଧି ବିଭୁକୁ ଅପହରଣ କଲେ ଦୁର୍ବୃତ୍ତ; ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ
1/06/2023 at 3:59 PM

ମାର୍ଶାଘାଇ ୧।୬: ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ ଅପହରଣ ଅଭିଯୋଗ। ଏପରି ଘଟଣା କେନ୍ଦ୍ରାପଡ଼ାର ମାର୍ଶାଘାଇ ଥାନା ଅଧୀନ ଭଗବାନପୁର ଗାଁ ଘଟିଛି। ବିଭୁ ଗତକାଲି ସନ୍ଧ୍ୟାରେ ଗାଁ ପାଖ ପାଣିଟାଙ୍କି ପାଖରେ ବସିଥିଲେ। ସେତିକି ବେଳେ ଗୋଟିଏ କାର୍ ଓ ବୋଲେରୋ ଏବଂ ୭/୮ ଟି ବାଇକରେ ୩୦ ଜଣ ଦୁର୍ବୃତ୍ତ ଆସି ମୁହଁରେ କଳାପଟି ବାନ୍ଧି ବିଭୁଙ୍କୁ ମାଡ଼ ମାରିଥିଲେ।

ପରେ ତାଙ୍କୁ ଅପହରଣ କରି ନେଇଛନ୍ତି। ଏନେଇ ବିଭୁଙ୍କ ସ୍ତ୍ରୀ ସୌଦାମିନୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଥାଉକି ବିଭୂ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ପୂର୍ବରୁ ମଧ୍ୟ ବିଭୁ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିଲା। ଅନ୍ୟପଟେ ବିଭୂକୁ ଉଦ୍ଧାର କରିବାକୁ ସ୍ତ୍ରୀ ସୌଦାମିନୀ ଗୁହାରୀ କରିଛନ୍ତି।
You Can Read :