LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପନ୍ଥଙ୍କୁ ଭେଟିଲେ ରାଇନା ଏବଂ ହରଭଜନ, ସାଥୀରେ ଥିଲେ ଶ୍ରୀସନ୍ଥ

27/03/2023 at 8:42 AM

ମୁମ୍ବାଇ ୨୭।୦୩ : ଭାରତୀୟ କ୍ରିକେଟର ରିଷଭ ପନ୍ଥ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କାର୍‌ ଦୁର୍ଘଟଣା ପରେ କ୍ରିକେଟ୍‌ରୁ ବିରତି ନେଇଛନ୍ତି ରିଷଭ । ଏହାରି ମଧ୍ୟରେ  ପନ୍ଥଙ୍କୁ ଭେଟିଛନ୍ତି ସୁରେଶ ରାଇନା ଏବଂ ହରଭଜନ ସିଂହ । ସାଥିରେ ଥିଲେ ଏସ୍‌, ଶ୍ରୀସନ୍ଥ ।

ଖବର ଅନୁଯାୟୀ, ଭାରତୀୟ ଟିମ୍‌ର ଓ୍ୱିକେଟ କିପର ବ୍ୟାଟସମ୍ୟାନ୍‌ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଚିକିତ୍ସା ପରେ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ରିଷଭଙ୍କ ଏହି କଠିନ ପରିସ୍ଥିତିରେ ସାଥୀ ଏବଂ ପୂର୍ବତନ ଖେଳାଳିମାନେ ଭେଟିବାକୁ ଯାଉଛନ୍ତି । ଏହିକ୍ରମରେ ରବିବାର ଦିନ କ୍ରିକେଟର ହରଭଜନ ସିଂହ ଏବଂ ସୁରେଶ ରାଇନା ଭେଟିଛନ୍ତି । ତାଙ୍କ ସହିତ ଏସ୍‌, ଶ୍ରୀସନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ ।

ରିଷକ୍ଷ ପନ୍ଥଙ୍କୁ ଭେଟିବା ପରେ ହରଭଜନ ସିଂହ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ଏବେ ତୁମେ (ରିଷଭ) କଠିନ ସମୟ ଦେଇ ଗତି କରୁଛ । ଭରସା ରଖ.. ଖରାପ ସମୟ ଦିନେ ପାର୍‌ ହୋଇଯିବ । ଏବଂ ତୁମେ ପୂର୍ବ ପରି କ୍ରିକେଟ୍‌ ଖେଳିବ । ତୁମକୁ ଦେଖି ଖୁସି ଲାଗିଲା ଛୋଟ ଭାଇ (ରିଷଭ ପନ୍ଥ) ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ରିଷଭ ପନ୍ଥଙ୍କ ଦୁର୍ଘଟଣା ହୋଇଥିଲା ।ଯାହାଫଳରେ ତାଙ୍କ ଆଣ୍ଠୁ ଅପରେସନ ହୋଇଥିଲା । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଦୁର୍ଘଟଣା ପରଠୁ ରିଷଭ ପନ୍ଥ କ୍ରିକେଟ୍‌ଠୁ ଦୂରରେ ଅଛନ୍ତି । ସଂପର୍ଣ୍ଣ ସୁସ୍ଥ ହେବା ପରେ ହିଁ ରିଷଭ ପଡିଆକୁ ଓହ୍ଲାଇବେ ।  

   Related Posts