ମୁମ୍ବାଇ ୧୩।୦୮ : ଟି-୨୦ ବିଶ୍ୱକପ୍ ବିଜୟୀ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ ଫର୍ମାଟକୁ ଅଲ୍ବିଦା କହିଛନ୍ତି । ଏବେ ଦିନିକିଆ ଏବଂ ଟେଷ୍ଟ ଖେଳ ଜାରି ରଖିଛନ୍ତି ଉଭୟ । ହେଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସଦସ୍ୟ ତଥା ସ୍ପିନର ହରଭଜନ ସିଂହ ଉଭୟଙ୍କ ରିଟାର୍ରମେଣ୍ଟ ନେଇ ବଡ଼ କହିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ହରଭଜନ କହିଛନ୍ତି ଯେ, ରୋହିତ ଶର୍ମା ଏବେ ଆହୁରି ୨ ବର୍ଷ ଯାଏଁ ଆରାମ୍ ସେ ଖେଳିପାରିବେ । ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି । ତେଣୁ ଆଗାମୀ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ୍ରେ ଫୋକସ କରିବାକୁ ପଡିବ । ଖାସ୍ କରି ରେଡ୍ ବଲ୍ କ୍ରିକେଟ୍ରେ ଅଧିକ ଫୋକସ କରିବା ଦରକାର । କାହିଁକି ନା ରୋହିତଙ୍କ ପରି ବ୍ୟାଟର କୌଣସି ବି ପରିସ୍ଥିତିରେ ମ୍ୟାଚ୍ର ରେଜଲ୍ଟ ପରିବର୍ତ୍ତନ କରିପାରିବେ । ଆଉ ରହିଲା ତାଙ୍କ ଅଧିନାୟକର ଅଭିଜ୍ଞତା ଟିମ୍ ପାଇଁ ବେଶ୍ ଉପଯୋଗୀ ।
ସେହିପରି ବିରାଟ କୋହଲିଙ୍କ ଫିଟ୍ନେସ୍ ଏବେ ଜବରଦସ୍ତ ରହିଛି । ବିରାଟ ଆରାମ୍ରେ ଆଗାମୀ ୫ ବର୍ଷ ଯାଏଁ ଖେଳିପାରିବେ । ଟିମ୍ ଯଦି କିଏ ଫିଟ୍ ଥାଏ । ତେବେ ସେ ବିରାଟ କୋହଲି ହିଁ ହେବେ । ବିରାଟଙ୍କ ଯେପରି ଫିଟ୍ନେସ୍ ରହିଛି, ଜଣେ ୧୯ ବର୍ଷୀୟ ଯୁବ ଖେଳାଳିଙ୍କ ଦୌଡରେ ସହଜରେ ହରାଇପାରିବେ , ହେଲେ ସେ ଖେଳିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ । ଯଦି ମୋତେ ଦୁହିଁଙ୍କ ଅବସର ନେଇ ପଚରାଯାଏ । ତେବେ ମୁଁ କହିବି କି ଉଭୟ ୫୦ ଓଭର ଫର୍ମାଟ କିଛି ଦିନ ଖେଳିବା ଦରକାର । ତାପରେ ଉଭୟ ଦିନିକିଆ ଫର୍ମାଟକୁ ଅଲ୍ବିଦା କହିଦେବା ଉଚିତ୍ । ଏହାପରେ ଉଭୟ ଟେଷ୍ଟ କ୍ରିକେଟ୍ ପ୍ରତି ଫୋକସ୍ ଦେବା ଭଲ । ଟେଷ୍ଟ କ୍ରିକେଟ୍ରେ ଉଭୟଙ୍କ ଆବଶ୍ୟକ ଟିମ୍ ପାଇଁ ବହୁତ ଉପଯୋଗୀ ରହିଛି ।