ଧୋନୀଙ୍କ ସିଏସକେକୁ ଡବଲ୍ ଝଟକା ! ଦୁବାଇ ନ ଯାଇପାରନ୍ତି ହରଭଜନ, ରାଗିକି ପଳାଇ ଆସିଥିବା ରାଇନାଙ୍କ ଚର୍ଚ୍ଚା ଥମିନି

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮:  ଭାରତୀୟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଆଇପିଲ ନଖେଳି ୟୁଏଇରୁ ଫେରିଆସିଛନ୍ତି । ସେ ଆଇପିଏଲର ୧୩ତମ ସଂସ୍କରଣ ଖେଳିବେ ନାହିଁ । ସେ କେଉଁକାରଣରୁ ଫେରିଆସିଲେ ତାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି ।

ସିଏସକେ ଟ୍ୱିଟ୍ କରି କହିଥିଲା ଯେ, ଟିମ୍ ତାଙ୍କ ପରିବାର ସହ ରହିଛି । ତାଙ୍କ ପରିବାରରେ କୌଣସି ଅସୁବିଧା ହୋଇଥିବା ଅନୁମାନ କରାଯାଉଛି । ସନ୍ତାନଙ୍କଠୁ ବଡ କେହି ନୁହେଁ ବୋଲି ମଧ୍ୟ ରାଇନା କହିଥିଲେ । ସିଏସକେ ମାଲିକ ଶ୍ରୀନିବାସନଙ୍କ କହିବାନୁସାରେ, ଖରାପ ହୋଟେଲ ରୁମ୍ କାରଣରୁ ରାଇନା ଅସନ୍ତୁଷ୍ଟ ଥିଲେ ।

{"id":322977,"sizeSlug":"large"}

ଖବର ଏହା ମଧ୍ୟ ଆସୁଛି ଯେ, ରାଇନାଙ୍କ ପରେ ସିଏସକେ ବୋଲର ହରଭଜନ ସିଂ ମଧ୍ୟ ଆଇପିଏଲ ଛାଡିପାରନ୍ତି । ଇନସାଇଡ୍ ସ୍ପୋର୍ଟ୍ ଅନୁସାରେ, ହରଭଜନ ସିଂ ଆଇପିଏଲର ଚଳିତ ସିଜିନ ଛାଡିବା ବାବଦରେ ଚିନ୍ତା କରୁଛନ୍ତି । ଏବେସୁଦ୍ଧା ସେ ୟୁଏଇରେ ପହଁଚି ନାହାଁନ୍ତି ।

ସୂଚନାଯୋଗ୍ୟ, ପାରିବାରିକ କାରଣରୁ ହରଭଜନ ସିଏସକେ ଟିମ୍ ସହ ୟୁଏଇ ଗସ୍ତ କରିନଥିଲେ ।  ସେ ସେପ୍ଟେମ୍ବର ୧ରେ ୟୁଏଇ ପହଁଚିବା ନେଇ ଯୋଜନା କରିଛନ୍ତି । ୟୁଏଇ ଗସ୍ତ ପୂର୍ବରୁ ତାଙ୍କୁ କୋଭିଡ୍ ଟେଷ୍ଟ୍ ଦେବାକୁ ପଡିବ । ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ତାଙ୍କୁ ଯିବା ପାଇଁ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.