scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନୁଷ୍କା-ଆଥିଆଙ୍କ ଉପରେ କମେଣ୍ଟ କରିବା ପଡିଲା ମହଙ୍ଗା, ହରଭଜନଙ୍କୁ ପ୍ରଶଂସକ କହିଲେ-ତୁରନ୍ତ କ୍ଷମା ମାଗ

20/11/2023 at 8:52 AM

ମୁମ୍ଵାଇ ୨୦।୧୧: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ଭାରତକୁ ହରାଇଛି ଏହାରି ଭିତରେ କ୍ରିକେଟର ହରଭଜନ ସିଂଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି। ଯାହା ଫାଇନାଲ ମ୍ୟାଚରେ କେମେଣ୍ଟ୍ରି ଦେବାବେଳେ ସେ ବିରାଟଙ୍କ ପତ୍ନୀ ଅନୁଷ୍କା ଏବଂ କେ.ଏଲ ରାହୁଲଙ୍କ ପତ୍ନୀ ଆଥିଆଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ହରଭଜନ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ମ୍ୟାଚ୍‌ ସମୟରେ ଯେତେବେଳେ କ୍ୟାମେରାମ୍ୟାନ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କ ଆଡକୁ କ୍ୟାପଚର କରିଥିଲେ । ସେତେବେଳେ ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ହରଭଜନ ସିଂ କହିଥିଲେ, “ମୁଁ ଅନୁଭବ କରୁଛି ଯେ ବୋଧହୁଏ ଏହି ଦୁଇଜଣ ହୁଏତ ଫିଲ୍ମ ବିଷୟରେ କଥାବାର୍ତ୍ତା ହୋଇ ଥାଇ ପାରନ୍ତି… ମୁଁ ଭାବୁନାହିଁ ଯେ ତାଙ୍କର କ୍ରିକେଟ ବିଷୟରେ ଏମାନେ ଅଧିକ କିଛି ଜାଣିଛନ୍ତି, ତେଣୁ ସେ କେବଳ ବଲିଉଡ ବିଷୟରେ କଥା ହେଉଥିବେ।

ମନ୍ତବ୍ୟ ସମୟରେ ହରଭଜନ ସିଂ ଦେଇଥିବା ଏହି ବୟାନକୁ ପ୍ରଶଂସକମାନେ ପସନ୍ଦ କରୁନଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ହରଭଜନ ସିଂଙ୍କ ଏହି ବିବୃତ୍ତି ହେତୁ ବର୍ତ୍ତମାନ ବ୍ୟବହାରକାରୀମାନେ ତାଙ୍କୁ ସୋସିଆଲ ମିଡିଆରେ ଖରାପ ଟ୍ରୋଲ କରୁଛନ୍ତି। ଜଣେ ୟୁଜର୍ସ କ୍ରିକେଟରଙ୍କୁ କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, “@ harbhajan_singh ମହିଳାମାନେ କ୍ରିକେଟ୍ ବୁଝନ୍ତୁ କି ନାହିଁ? ଦୟାକରି ତୁରନ୍ତ କ୍ଷମା ମାଗନ୍ତୁ । ତେବେ କିଛି ୟୁଜର୍ସ ଏହାକୁ ଥଟ୍ଟା ବୋଲି କହୁଛନ୍ତି।

   Related Posts