ଲଗାଣ ବର୍ଷା ପରେ ଖୋଲିଲା ହରଭଙ୍ଗି ଡ୍ୟାମ, ନଦୀ ଗର୍ଭକୁ ନଯିବାକୁ କରାଗଲା ସଚେତନ

Published By : Prameya-News7 Bureau | August 10, 2022 IST

ମୋହନା ୧୦/୦୮: ଲଗାଣ ବର୍ଷା ପରେ ହରଭଙ୍ଗି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଜଳ ସେଚନ ବିଭାଗ ପକ୍ଷରୁ ଦୁଇଟି ଗେଟ ଖୋଲାଯାଇଛି । ଗଜପତି ଜିଲ୍ଲା ଅଡ଼ବା ସ୍ଥିତ ହରଭଙ୍ଗି ଡ୍ୟାମରେ ୯୦ ପ୍ରତିଶତ ଜଳ ଗଛିତ ରହିଥିବା ବେଳେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀରୁ ୬୫ କ୍ୱିଉସେକ ବନ୍ୟା ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଥିବାରୁ ଡ୍ୟାମରୁ ୧୦୦ କ୍ୱିସେକ୍ ଜଳ ନିଷ୍କାସନ ପାଇଁ ୮ଟି ଗେଟ୍ ମଧ୍ୟରୁ ଦୁଇଟି ଗେଟ ଖୋଲାଯାଇଛି ।

ହରଭଙ୍ଗି ଡ୍ୟାମର ନିମ୍ନ ଅବବାହିକାରେ ବସବାସ କରୁଥିବା ହରଭଙ୍ଗି ନୂଆସାହି, କରଡ଼ାପଙ୍କାଳ, ରାଇକଳା, ବେତେଗଣ୍ଡା ଓ ବାମଦେଇପଦା ଗାଁ ସମେତ ୧୦.ଖଣ୍ଡ ଗାଁକୁ ନଦୀ ଗର୍ଭକୁ ନ ଯିବା ପାଇଁ ଗ୍ରାମବାସୀକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.