କଟକ ୧୩।୦୮: କଟକ ସହରରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ ସିନ୍ଧେ ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସହର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇ ଜାତୀୟ ପତାକା ଵଣ୍ଟନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଜର୍ଜପଠାରେ ଥିଵା ତିଲକା ନଗର ବସ୍ତିରେ ଜାତୀୟ ପତାକା ଵିତରଣ କରିଥିଲେ। ଏହି ଅବସରରେ ରାଜ୍ୟ ଵିଜେପି ଯୁବ ମୋର୍ଚ୍ଚା ତରଫରୁ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନେତୃତ୍ଵରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କଟକର ଵେଲଭ୍ୟୁ ଛକ ନିକଟରୁ ଆରମ୍ଭ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଶତାଧିକ କାର ଯୋଗ ଦେଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରା କଟକରୁ ଵାହାରି ପାହାଳ, ବାଣୀବିହାର ,ରାମ ମନ୍ଦିର ଦେଇ ସ୍ବାଧିନତା ସଂଗ୍ରାମୀ ମୈଦାନରେ ପହଞ୍ଚିଵ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ କରାଯାଇଥିଵା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ଭିତରେ ଜାତୀୟତାଵାଦ ଓ ଦେଶପ୍ରେମ ଜାଗ୍ରତ କରିବାରେ ସହାୟକ ହେଵ ଵୋଲି ମନ୍ତ୍ରୀ ମତ ଦେଇଛନ୍ତି।