ତ୍ରିରଙ୍ଗାମୟ ଭଦ୍ରକ ଜିଲ୍ଲା : 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ସାମିଲ

Published By : Prameya-News7 Bureau | August 13, 2022 IST

ଭଦ୍ରକ ୧୩।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦେଶ ପାଳୁଛି ହର୍ ଘର୍ ତ୍ରିରଙ୍ଗା । ଏହି ଅବସରରେ ଭଦ୍ରକ ଜିଲ୍ଲା ତ୍ରିରଙ୍ଗାମୟ ହୋଇଛି । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି । ଭଦ୍ରକ ସହରର ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଭଦ୍ରକ ସହରରେ ତ୍ରିରଙ୍ଗା ଶୋଭାଯାତ୍ର ଆୟୋଜନ କରିଛନ୍ତି । ଦେଶାତ୍ମବୋଧ ସଙ୍ଗୀତ ଗାନ ସହ ସହର ପରିକ୍ରମା କରିଛନ୍ତି ।

{"id":670237,"sizeSlug":"full","linkDestination":"none"}

ସେହିଭଳି ଶାରଦା ଦେବୀ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ଲୟନ୍ସ କ୍ଲବର ଭଦ୍ରକାଳୀ ଡିଭାଇନ ତରଫରୁ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି । ମା’ ଶାରଦା ଦେବୀ ମହାବିଦ୍ୟାଳୟଠାରେ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗରେ ଚରଣ ମୁର୍ମୁ ପତାକା ଦେଖାଇବା ପରେ ଛାତ୍ରଛାତ୍ରୀମାନେ ଶହେ ମିଟର ଲମ୍ବର ଜାତୀୟ ପତାକା ଧରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.