ବଡ଼ବିଲରେ ବିଜେପିର ତ୍ରିରଙ୍ଗା ଯାତ୍ରା, ଝିପି ଝିପି ବର୍ଷାରେ ସହର ପରିକ୍ରମା
13/08/2023 at 7:10 PM

ବଡ଼ବିଲ: ୭୭ ତମ ସ୍ଵାଧୀନତା ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ବଡ଼ବିଲରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଜାତୀୟ ପତାକା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପିର ନେତା ଓ କର୍ମୀ । ‘ହର୍ ଘର୍ ତ୍ରିରଙ୍ଗା’ ଏହି ରାଷ୍ଟ୍ରୀୟ ଭାବନାକୁ ନେଇ ଆୟୋଜିତ ତ୍ରିରଙ୍ଗା ଯାତ୍ରା, ଏକ ବିଶାଳ ଓ ଭବ୍ୟ ରୂପରେ ସହର ପରିକ୍ରମା କରିଥିଲା l ଝିପି ଝିପି ବର୍ଷା ସତ୍ବେ ଶୋଭାଯାତ୍ରାରେ ବେଶ୍ ଉତ୍ସାହ ଦେଖାଯାଇଥିଲା । ଜାତି,ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ଭାରତ ମାତାକୀ ଜୟ ଓ ବନ୍ଦେ ମାତରଂ ଧ୍ବନିରେ ଗୁଞ୍ଜି ଉଠିଥିଲା ପୁରା ଅଞ୍ଚଳ । ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ରାଷ୍ଟ୍ରୀୟ ଭାବନା ଓ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି ବୋଲି ବିଜେପି କହିଛି ।
Also read- ବିଜେପି-ବିଜେଡି ମେଣ୍ଟକୁ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନା; କହିଲେ ରାଜ୍ୟରେ ସ୍ଥିତି ଭଲ ରହିଛି ଏକକୀ ଲଢିବ ବିଜେପି
ଦେଶ ସ୍ୱାଧୀନତାର 76 ବର୍ଷ ପୂର୍ତ୍ତି ଉପଲକ୍ଷେ ଏବେ ସାରା ଦେଶରେ ସ୍ୱତନ୍ତ୍ର ଅମୃତ ମହତ୍ସୋବ ପାଳମ କରାଯାଉଛି। ଶନିବାରଠୁ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଅଗଷ୍ଟ ୧୩ ରୁ୧୫ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଉତ୍ସାହିତ କରାଯାଉଛି। ଦେଶ ସାରା ଦେଶରେ ଏହି ଅଭିଯାନ ଚାଲିବ। ଭାରତୀୟ ଜାତୀୟ ପତାକା(ତ୍ରିରଙ୍ଗା)ର ବ୍ୟବହାର ଓ ଉଡ଼ାଇବାର ନିୟମ ଆମ ସମସ୍ତଙ୍କର ଜାଣିବାର ଆବଶ୍ୟକତା ରହିଛି। ରାଷ୍ଟ୍ରୀୟ ଗୌରବର ଅପମାନ ନିବାରଣ ଅଧିନିୟମ ୧୯୭୧ ଓ ଭାରତୀୟ ଧ୍ୱଜ ସଂହିତା ୨୦୦୨ ଦ୍ୱାରା ତ୍ରିରଙ୍ଗାର ବ୍ୟବହାର ଓ ପ୍ରଦର୍ଶନ ନିୟନ୍ତ୍ରିତ ହୋଇଥାଏ।