ନିରୁତା ଖୁସି ଆଣୁ ନବ ବର୍ଷ, ୨୦୨୩ ହେଉ ସମସ୍ତଙ୍କ ପାଇଁ ସଫଳତାର ବର୍ଷ

Published By : Prameya-News7 Bureau | January 01, 2023 IST

ଭୁବନେଶ୍ୱର: ବିଦାୟ ନେଇଛି ବର୍ଷ ୨୦୨୨ ।  କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୩ । ସାଙ୍ଗରେ ନୂଆ ଆଶା ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ । ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି । ଦେଶସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । କରୋନା ପାଇଁ ଗତ ଦୁଇ ବର୍ଷର ଫିକା ପଡିଥିବା ନୂଆ ବର୍ଷ ସେଲିବ୍ରେସନ ଏଥର ଜୋରଦାର ହୋଇଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ଜିରୋ ନାଇଟ୍ ପାଇଁ ରଙ୍ଗୀନ ହୋଇଛି ଦେଶର ବିଭିନ୍ନ ସହର । ହୋଟେଲ ଗୁଡିକରେ ମଧ୍ୟ ନାଚଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

କ୍ୟାଲେଣ୍ଡର ବଦଳିଗଲେ ଯେ ଭାଗ୍ୟ ବଦଳିଯାଏ ସେ କଥା ନୁହେଁ । ତେବେ ମନ ଖୁସି ଥିଲେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଏ । ବିଦାୟୀ ବର୍ଷ କ’ଣ ହରେଇଛ, କେତେ ବିଫଳ ହୋଇଛି ଭୂଲିଯାଇ, ନୂଆ ଲକ୍ଷ୍ୟ, ନୂଆ ସ୍ଵପ୍ନ, ନୂଆ ଆଶା ରଖିବା ଦରକାର । ପୁରୁଣା ବର୍ଷରେ ନହେଲା ନାହିଁ, ଏ ବର୍ଷ ୨୦୨୩ ନିହାତି ସ୍ୱପ୍ନ ପୂରଣ କରିବ ବୋଲି ବିଶ୍ୱାସ ରଖିବା । ନୂଆ ବର୍ଷ ନୂଆ ଯାତ୍ରାର ଏକ ଆରମ୍ଭ ଯେମିତି । କିଛି ହେଉ ନ ହେଉ ନୂଆ ଏକ ପ୍ରୟାସର ନୂଆ ଆରମ୍ଭ ତ ହେବ । ୨୦୨୩ ସଫଳତାର ବର୍ଷ ହେଉ । ସ୍ୱପ୍ନ ପୂରଣର ବର୍ଷ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.