୨୦୨୩ର ଶୁଭେଚ୍ଛା ଜଣାଇଲେ ବାଲୁକା ଶୀଳ୍ପି ମାନସ ସାହୁ; ୧୦ ଟନ୍ ବାଲିରେ ତିଆରି କଲେ ବାଲୁକା କଳା
31/12/2022 at 8:50 PM

ପୁରୀ ୩୧/୧୨: ପୁରୀ ଲାଇଟ୍ ହାଉସ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ନୂତନ ବର୍ଷ ୨୦୨୩ ସମସ୍ତଙ୍କ ପାଇଁ ଶୁଭମୟ ହେଉ ଏବଂ କରୋନା ଭୂତାଣୁର ସମସ୍ତ ନିର୍ଦ୍ଦେଶାବଳୀକୁ ମାନି ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ ହେଉ ବୋଲି ଏହା ଶ୍ରୀଜଗନ୍ନାଥଙ୍କ ପାଖରେ ମାନସ କାମନା କରିଛନ୍ତି।

ମାନସ ତାଙ୍କ ବାଲୁକା କଳାରେ ”ୱିଶ୍ ୟୁ ଏ ହେପି ନିଉ ଇୟର”ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ତିଆରି କରିବାକୁ ମାନସଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାର ଓସାର ୧୫ ଫୁଟ ଏବଂ ଲମ୍ବ ୬ଫୁଟ ହୋଇଥିବା ବେଳେ ଏଥିରେ ୧୦ ଟନ୍ ବାଲି ଉପଯୋଗ ହୋଇଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023