ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରଙ୍ଗର ପର୍ବ ହୋଲି, ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ସେଲିବ୍ରେସନ୍

8/03/2023 at 7:47 AM

ଭୁବନେଶ୍ୱର ୦୮।୦୩ : ରଙ୍ଗ, ପ୍ରେମ, ଭାଇଚାରାର ପର୍ବ ହୋଲି। ମିଳନ ଓ ବନ୍ଧୁତାର ପର୍ବ ହୋଲି। ସାରା ରାଜ୍ୟରେ ହୋଲିର ଧୁମ୍। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ମସଗୁଲ୍ । ରଙ୍ଗର ପର୍ବ ହୋଲିରେ ରଙ୍ଗିନ ହୋଇଛି ପରିବେଶ । ମତୁଆଲା ହୋଇଯାଇଛନ୍ତି ସମସ୍ତେ । ପରସ୍ପରକୁ ରଙ୍ଗ ଲଗାଇ, ଭାଇଚାରା, ସଂପର୍କ ଆଉ ବନ୍ଧୁତ୍ବର ଡୋରୀକୁ ଆହୁରି ମଜଭୁତ କରୁଛନ୍ତି ସଭିଏଁ।

ରାଜ୍ୟର କୋଣ ଅଣୁକୋଣରେ ପିଲାଠୁ ବୟସ୍କ, ସଭିଁଏ ଆନନ୍ଦ ଉଲ୍ସାସରେ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ହୋଲି ପର୍ବ । ବାଜା ବଜାଇ, ନାଚି, ଆଲିଙ୍ଗନ କରି ଆଉ ମିଠା ଖୁଆଇ ଚାଲିଛି ସେଲିବ୍ରେସନ। ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ସକାଳୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ । ଆଜି ଦିନ ତମାମ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ, ରଙ୍ଗ ଖେଳ ଚାଲିବ । ପିଲାମାନେ ରଙ୍ଗ ପିଚକାରୀ ଧରି ରଙ୍ଗ ଲଗାଇବା ଦୃଶ୍ୟ ବେଶ ମଜାଦାର।

ସେହିପରି ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଉଛନ୍ତି ।  ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ସମସ୍ତେ। ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ସହ ଅବିର ବର୍ଷା ଚାଲିଲାଣି । ତ ଆଉ କେଉଁଠି ହରବାଲ ଅବିରରେ ହୋଲି ଖେଳାଯାଇଛି । ତ ଆଉ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନ ମାନେ । ଶାନ୍ତି ପ୍ରୀତି ମୈତି ସଦଭାବନାର ବାର୍ତ୍ତା ନେଇ ଆସିଛି ହୋଲି । ତେବେ ହୋଲି ଖେଳିବା ସମୟରେ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ହୋଲି ପାଇଁ କମିଶନରରେଟ୍ ପୋଲିସ ସଜାଗ ଅଛି।

   Related Posts