ନୂଆଦିଲ୍ଲୀ ୦୪।୮ ବନ୍ଧୁ...ସବୁଠୁ ସୁନ୍ଦର ଓ ଖାସ୍ ଏ ସଂପର୍କ। ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ଖୁବ୍ କଷ୍ଟକର । ଯେଉଁ କଳି ଝଗଡ଼ାରୁ କଟି ମିଠି, ମାନ ଅଭିମାନ ଆଉ ଆତ୍ମୀୟତା ଜନ୍ମ ନେଇଥିଲା, ତାକୁ କ'ଣ ଏଇ ଗୋଟିଏ ଦିନରେ ବର୍ଣ୍ଣନା କରିହେବ। ବୋଧହୁଏ ଆମେ ପଢ଼ିଥିବା ସାହିତ୍ୟର ସେହି ଶବ୍ଦକୋଷ ବି ସାଙ୍ଗ ପାଇଁ ପଦେ ଗାରେଇବାକୁ ଶବ୍ଦ ଖୋଜୁଥିବ ତା ଭିତରେ...। ନିଃସଙ୍ଗତାର କେଇ ମୂହୂର୍ତ୍ତ ଯେ, ପିଲାଦିନ ସାଙ୍ଗସାଥି ସ୍ମୃତି ଗୁଡ଼ାକୁ ମନେପକାଇ ଦିଏ... ଦୁନିଆର ଯାବତୀୟ କଥା ଆଉ ଅପ୍ରିୟ ସତ ରୁପକ ବହିର ମଲାଟ ସାଙ୍ଗ ପାଖରେ ଖୋଲିଯାଏ....ସେଆରି କେଆରିଂ ସବୁ ତାରି ପାଖରେ.... ସେଇ ସାଙ୍ଗ ପାଇଁ ଆଜିର ଦିବସ....କିନ୍ତୁ ସାଙ୍ଗର ଚୌହଦୀ କଣ ଏତିକି....ନା ମ...ମୁଖାଗ୍ନି ସିନା ପୂଅ ପୁତୁରା ଦିଅନ୍ତି...କିନ୍ତୁ ସାଙ୍ଗ ପରା କାନ୍ଧେଇ ନିଏ...ଶେଷ ବିଛଣା ଉପରକୁ....ବାସ୍ ସେଇଥିପାଇଁ ସେ ସାଙ୍ଗ....ମଣିଷ ତିଆରି କରିଥିବା ମନଗଢ଼ା ଦିବସ ଭିତରେ ସାଙ୍ଗର ଦିନ ବି ଅଛି....ଫ୍ରେଣ୍ଡସିପ୍ ଡେ'...
ସାଧାରଣତଃ ୩୦ ଜୁଲାଇକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଭାରତ ଓ ବାଙ୍ଗଲାଦେଶ ସହିତ ଅନ୍ୟ ଦେଶମାନଙ୍କରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ । ବନ୍ଧୁତ୍ୱ ଦିବସର ଆରମ୍ଭ ୧୯୫୮ ମସିହାରୁ ହୋଇଥିଲା । ବନ୍ଧୁତ୍ୱ ଦିବସର ପାଳନ କରିବା ନେଇ ଏକ ପୁରଣା ଇତିହାସ ରହିଛି । କିମ୍ବଦନ୍ତୀ ରହିଛି ଯେ ୧୯୫୮ ମସିହାରେ ଆମେରିକାରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଥିଲା । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କର ଆଉ ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଦେଇଥିଲେ । ଏହି ଦିନଟିକୁ ମନେ ରଖିବାକୁ ଆମେରିକାବାସୀ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଇଣ୍ଟର ନେସନାଲ୍ ଫ୍ରେଣ୍ଡସିପ୍ ଡେ ଭାବେ ପାଳନ କରିବାକୁ ମନସ୍ଥ କଲେ। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ। ତେବେ ସେହି ସମୟରେ ଆମେରିକା ସରକାର ଏହାକୁ ଖଣ୍ଡନ କରିଥିଲେ। କିନ୍ତୁ ଏହାର ୨୧ ବର୍ଷ ପରେ ଅର୍ଥାତ ୧୯୫୮ରେ ଏହି ଦିନଟିକ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହା ପରପଠାରୁ ଅଗ୍ରଷ୍ଟ ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ନ ଦିବସ ସହ ଜଡିତ ଅନେକ କାହାଣୀ ଇତିହାସର ପୃଷ୍ଠାରେ ରହିଛି।
ତେବେ ଆଜିକାଲି ସମସ୍ତେ ନିଜ ନିଜ ହିସାବରେ କରୁଛନ୍ତି ସେଲିବ୍ରେଟ୍ । କିଏ ପାର୍ଟି ପିକନିକ୍ ତ କିଏ ପରସ୍ପରକୁ କାର୍ଡ, ଅଭିବାଦନ, ଉପହାର ଓ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ବାନ୍ଧି ଏହି ଦିନକୁ ପାଳନ କରୁଛନ୍ତି। ଇଏ ତ ସଂପୂର୍ଣ୍ଣ ବ୍ୟକ୍ତିଗତ କିନ୍ତୁ ଏହି ସଂପର୍କରେ ସେତିକି ଭରସା, ବିଶ୍ୱାସ ଓ ପ୍ରେମ ଥାଉ ବୋଲି କାମନା। ହାପି ପ୍ରେଣ୍ଡସିପ୍ ଡେ...