ନେହା କକ୍କର୍: ଯେଉଁ ରିଆଲିଟି ଶୋ’ରେ ହୋଇଥିଲେ ରିଜେକ୍ଟ, ଏବେ ସେହି ଶୋ’ର ଜଜ୍…
6/06/2023 at 12:30 PM

ମୁମ୍ବାଇ ୦୬।୦୬: ନେହା କକ୍କର । ଏ ନାଁ ଆଜିକା ଦିନରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା । ସେ ନିଜ ସ୍ବରର ଯାଦୁରେ ଫ୍ୟାନ୍ସଙ୍କୁ କରୁଛନ୍ତି ମତୁଆଲା । ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ ଫଲୋଅର୍ସ । ଆଜି ଏହି ସିଙ୍ଗିଙ୍ଗ୍ କୁଇନଙ୍କର ଜନ୍ମଦିନ । ନେହା ମାତ୍ର ୪ ବର୍ଷ ବୟସରୁ ହିଁ ଭଜନ ସମାରୋହରୁ ଆରମ୍ଭ କରିଥିଲେ ଗୀତ ଗାଇବା । ଆର୍ଥିକ ଅନଟନ ଯୋଗୁଁ ତାଙ୍କ ମା ତାଙ୍କୁ ଜନ୍ମ ଦେବାକୁ ଚାହୁଁ ନଥିଲେ ।

ନେହା ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଏହାପରେ ହିଁ ତାଙ୍କୁ ମିଳିଛି ଏହି ସଫଳତା । ଆଉ ସେ ଏମିତି ଭାବେ ଚମକିଛନ୍ତି କି ଯେଉଁ ରିଆଲିଟି ସୋ ରେ ସେ ରିଜେକ୍ଟ ହୋଇଥିଲେ ଆଜି ସେ ସେହି ରିଆଲିଟି ଶୋ ର ଜଜ୍ ଅଟନ୍ତି ।

୬ ଜୁନ୍ ୧୯୮୮ରେ ଋଷିକେଶର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନେହା । ତାଙ୍କ ପିତାମାତା ବହୁତ ଗରିବ ଥିଲେ । ନେହା ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କ ଜନ୍ମ ପୂର୍ବରୁ ତାଙ୍କ ଘରେ ଏତେ ଅସୁବିଧା ଥିଲା ଯେ ତାଙ୍କ ମା ତାଙ୍କୁ ଜନ୍ମ ଦେବାକୁ ଚାହୁଁନଥିଲେ । ଯେତେବେଳେ ସେ ଟିକିଏ କଥା କହିବା ଶିଖିଲେ ସେତେବେଳେ ସେ ଭଉଣୀ ସୋନୁ କକ୍କରଙ୍କଠାରୁ ଗୀତ ଶିଖିଲେ ।

ନେହା କକ୍କର ୪ ବର୍ଷ ବୟସରୁ ଭଜନ ସମାରୋହରୁ ନିଜର ସିଙ୍ଗିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ । ପିଲାଦିନେ ସେ ଛୋଟ କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ତାପରେ ଯେତେବେଳେ ସେ ବଡ ହେଲେ ସେ ନିଜ କ୍ୟାରିୟର ପାଇଁ ପରିବାର ସହିତ ଚାଲିଆସିଥିଲେ ଦିଲ୍ଲୀ । କିନ୍ତୁ ତାଙ୍କୁ ଦିଲ୍ଲୀରେ ମିଳିନଥିଲା କୌଣସି କାମ ।

ସେଥିପାଇଁ ସେ ୨୦୦୪ରେ ଭାଇ ଟନି କକ୍କରଙ୍କ ସହ ଚାଲିଯାଇଥିଲେ ମୁମ୍ବାଇ ।ନେହାଙ୍କ ଯାତ୍ରା ବହୁତ କଷ୍ଟସାଧ୍ୟ ଥିଲା । ମୁମ୍ବାଇ ଯିବା ପରେ ସେ ସିଙ୍ଗିଙ୍ଗ୍ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲରେ କରିଥିଲେ ଭାଗ୍ୟ ପରୀକ୍ଷା । କିନ୍ତୁ ଏହି ଶୋରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଶୋ ର ଜଜ୍ ଅନୁ ମଲିକ୍ ।

ଏତେ ପରେ ବି ଭାଙ୍ଗି ପଡିନଥିଲେ ନେହା । ସେ ନିରନ୍ତର ଗୀତ ଗାଉଥିଲେ ଆଉ କରୁଥିଲେ କଠିନ ପରିଶ୍ରମ । ସେ ମିରାବାଇ ଫିଲ୍ମରେ କୋର ଗାଇ କରିଥିଲେ ଡେବ୍ୟୁ । ଆଜିକା ସମୟରେ ସେ ସେହି ଶୋ’ର ଜଜ୍ ଅଛନ୍ତି ଯେଉଁଠାରେ ତାଙ୍କୁ କରାଯାଇଥିଲା ପ୍ରତ୍ୟାଖ୍ୟାନ । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୭୪.୨ ନିୟୁତ ଫଲୋଅର୍ସ ଅଛନ୍ତି।
You Can Read: