ମୁମ୍ବାଇ ୦୯।୦୮: ମହେଶ ବାବୁ । ଏ ନାଁଟିକୁ କିଏ ବା ନଜାଣେ । ପ୍ରତି ଘରେ ଘରେ ପରିଚିଚ ଏହି ନାଁ । ଟଲିଉଡ୍ର ହୋଇ ମଧ୍ୟ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ମହେଶ ବାବୁ । ଏପିରିକି ସେ ପ୍ରିନ୍ସ ଅଫ୍ ଟଲିଉଡ୍ ନାଁରେ ମଧ୍ୟ ପରିଚିତ । ନିଜର ସ୍ୱତନ୍ତ୍ର ଅଭିନୟ, ଡ୍ୟାନ୍ସିଂ, ଆକ୍ସନକୁ ନେଇ ଖୁବ୍ ପପୁଲାର ମହେଶ ବାବୁ । ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସେ ଜଣେ ସଫଳ ଅଭିନେତା ।
ମାତ୍ର ୪ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ମହେଶ ବାବୁ । ତାଙ୍କ ପିତା ଶିବା ରାମ କୃଷ୍ଣା ଜଣେ ଟଲିଉଡ୍ର ପ୍ରସିଦ୍ଧ ଅଭିନେତା । ପିତାଙ୍କ ସହିତ ପ୍ରାୟତଃ ସୁଟିଂ ସେଟ୍କୁ ଯାଉଥିଲେ ମହେଶ ବାବୁ । ଏକଦା ଫିଲ୍ମ ନିର୍ଦ୍ଦେଶକ ଦୁସାରୀ ନାରାୟଣ ରାଓଙ୍କ ନଜର ପଡିଥିଲା ଶିଶୁ ମହେଶଙ୍କ ଉପରେ । ପରେ ତାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ । ଏହାପରେ ମହେଶ ବାବୁ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଜଣେ ଶିଶୁ କଳାକାର ଭାବେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।ତେବେ କିଛି ଦିନ ଅଭିନୟ ପରେ ମହେଶ ବାବୁଙ୍କ ଆଗରେ ସର୍ତ୍ତ ରଖିଥିଲେ ପିତା । ପାଠ ପଢା ଲାଗି ୯ବର୍ଷ ପାଇଁ ଫିଲ୍ମ ଜଗତରୁ ଦୁରେଇ ରହିଥିଲେ ମହେଶ ବାବୁ ।
ଏହାପରେ ବର୍ଷ ୧୯୯୯ରେ ଫିଲ୍ମ କୁମାରୁଡୁରେ କମ୍ବ୍ୟାକ୍ କରିଥିଲେ ମହେଶ ବାବୁ । ଏହି ଫିଲ୍ମରେ ସେ ହିରୋ ଭାବେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କ ଅଭିନୟକୁ ବେଶ୍ ପ୍ରଂଶସା ମିଳିଥିଲା । କ୍ରିଟିକ୍ସ ମଧ୍ୟ ପସନ୍ଦ କରିଥିଲେ । ପରେ ମହେଶ ବାବୁଙ୍କୁ ସାଉଥ୍ର ପ୍ରସିଦ୍ଧ ନନ୍ଦୀ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ମହେଶ ବାବୁ ଆଉ ପଛକୁ ଫେରନିଥିଲେ । ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇଚାଲିଥିଲେ ମହେଶ ବାବୁ । କିନ୍ତୁ ତାଙ୍କ କ୍ୟାରିୟରରେ ଆସିଲା ଖରାପ ସମୟ । ଯାହାଫଳରେ ତାଙ୍କ ଫିଲ୍ମ ଲଗାତର ଭାବେ ପ୍ଲଫ୍ ହୋଇଚାଲିଲା । ବର୍ଷ ୨୦୦୫ରେ ଅନାଡୁ ଫିଲ୍ମ ପୁଣି ଥରେ ମହେଶ ବାବୁଙ୍କ ବକ୍ସ ଅଫିସର ହିରୋ ସଜାଇଥିଲା । ପରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇଚାଲିଛନ୍ତି ମହେଶ ବାବୁ । ଆଉ ଏବେ ମହେଶ ବାବୁଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨୪ କୋଟି ଟଙ୍କା । ଟଲିଉଡ୍ର ଗୋଟିଏ ଫିଲ୍ମ ପାଇଂ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହିରୋଙ୍କ ମଧ୍ୟରେ ମହେଶ ବାବୁ ଅନ୍ୟତମ ଚେହେରା ।
ସେହିପରି ୨୦୦୬ରେ ଅଭିନେତ୍ରୀ ନମ୍ରତା ସିରୋଦକରଙ୍କ ସହିତ ବିବାହ କରିଥିଲେ । ବିବାହ ପୂର୍ବରୁ ୪ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରୁଥିଲେ । ପରେ ପରିବାରର ସହମତିରେ ବିବାହ କରିଥିଲେ । ଏବେ ତାଙ୍କର ୨ଟି ଶିଶୁ ରହିଛି । ପୁଅଙ୍କ ନାମ ଗୌତମ ଗୁଟାମାନେମୀ ହୋଇଥିବା ବେଳେ ଝିଅଙ୍କ ନାମ ସିତାରା ଗୁଟାମାନେମୀ ।