scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩୪ ବର୍ଷରେ ପାଦ ଥାପିଲେ ‘କିଙ୍ଗ’ କୋହଲି, ଜାଣନ୍ତୁ କେମତି ହେଲେ ‘ଚିକୁ’ରୁ ‘GOAT’

5/11/2022 at 9:30 AM

ନୂଆଦିଲ୍ଲୀ ୦୫/୧୧: ବିରାଟ କୋହଲି । ଭାରତୀୟ କ୍ରିକେଟର ହେବିଓ୍ୱେଟ୍ ଷ୍ଟାର । ଆଜି ତାଙ୍କର ଜନ୍ମଦିନ । ଅର୍ଥାତ୍ ୩୫୪ ବର୍ଷରେ ପାତ ଥାପିଛନ୍ତି ଏହି କୀମ୍ୱଦନ୍ତୀ ଖେଳାଳି । ୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମିଥିଲେ ବିରାଟ ।

୧୫ ବର୍ଷ ମଧ୍ୟରେ ଜଣେ ଶ୍ରେଷ୍ଠସ୍ତରର ଯୁବ ଖେଳାଳି ଭାବେ ପୂରା ବିଶ୍ୱରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । କୋହଲିଙ୍କ ନାମରେ ରହିଛି ଅନେକ ରେକର୍ଡ । ୨୦୦୮ରେ କୋହଲିଙ୍କ ନେତୃତ୍ୱରେ ଭାରତ ଜିତିଥିଲା ୧୯ ବର୍ଷରୁ କମ ବିଶ୍ୱକପ । ଶ୍ରୀଲଙ୍କା ବିପକ୍ଷରେ ୨୦୦୮ରେ କୋହଲି ଖେଳିଥିଲେ ପ୍ରଥମ ଦିନିକିଆ । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ ।

ବିରାଟଙ୍କ ନାମରେ ୪୩ଟି ଦିନିକିଆ ଓ ୨୭ ଟେଷ୍ଟ ଶତକ ସାମିଲ ଅଛି । ସେହିପରି ଦିନିକିଆରେ କୋହଲି କରିଛନ୍ତି ୧୧ ହଜାର ୮୬୭ ରନ ଓ ଟେଷ୍ଟରେ ୭ ହଜାର ୨୪୦ ରନ୍ । ଭାରତ ପାଇଁ ହାସଲ କରିଛନ୍ତି ସର୍ବାଧିକ ୭ଟି ଦ୍ୱି-ଶତକ । ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ । ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ବିରାଟ ଟପ୍ରେ ।

ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମାହେଲା ଜୟବର୍ଦ୍ଧନେଙ୍କୁ ପକାଇଛନ୍ତି ପଛରେ । କୋହଲି ନାଁରେ ୧୬୬୫ ରନ ରହିଥିବା ଜୟବର୍ଦ୍ଧନେଙ୍କ ନାଁରେ ୧୦୧୬ ରନ ରହିଛି । ଏହାସହ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି କୋହଲି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଶ୍ରଦ୍ଧାରେ ଡାକୁଥିଲେ ଚିକୁ । ଗୋଟିଏ କମିକ୍ କ୍ୟାରେକ୍ଟର ନାମ ଥିଲା ଚମ୍ପକ ଚିକୁ । ଏବେ ସେ ଚିକୁରୁ ବନିଯାଇଛନ୍ତି ‘GOAT’ ।

   Related Posts