କୋଟି କୋଟି ସମ୍ପତ୍ତିର ମାଲିକାଣୀ ଦୀପିକା, ଜାଣନ୍ତୁ ତାଙ୍କ ବ୍ୟାଙ୍କ ବାଲାନ୍ସ

Published By : Prameya-News7 Bureau | January 05, 2023 IST

ମୁମ୍ଵାଇ ୦୫।୦୧: ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ। ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଆଜି ଦୀପିକାଙ୍କ ଜନ୍ମଦିନ। ଯିଏ ଫିଲ୍ମ 'ଓମ୍ ଶାନ୍ତି ଓମ୍'ରେ ଶାହରୁଖ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଆଜି ସେ ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୫ ଜାନୁଆରୀ ୧୯୮୬ରେ ଡେନମାର୍କରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଆଗାମୀ ଚଳଚିତ୍ର ପଠାନ୍‌ ଚର୍ଚ୍ଚାରେ ଅଛି। ଦୀପିକାଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ବିଟାଉନ୍‌ର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।

Breaking! Deepika Padukone hospitalized again after sudden illness - Tamil  News - IndiaGlitz.com

ଦୀପିକା ପାଦୁକୋନ ଚଳଚ୍ଚିତ୍ରରୁ କେତେ ରୋଜଗାର କରନ୍ତି?

ଦୀପିକା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ। ସେ ଚଳଚ୍ଚିତ୍ରରୁ ବହୁତ ରୋଜଗାର କରନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୀପିକା ଏକ ଚଳଚ୍ଚିତ୍ର ପାଇଁ ୧୫ ରୁ ୩୦ କୋଟି ଟଙ୍କା ଚାର୍ଜ କରନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ହାରାହାରି ମାସିକ ରୋଜଗାର ୨କୋଟିରୁ ଅଧିକ ଅଟେ। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦୀପିକା ପାଦୁକୋନ ବହୁତ କଲେକସନ୍‌। ତାଙ୍କ ଫ୍ୟାନ୍ସ ଫଲୋର୍ସ ପ୍ରାୟତଃ ୮୦  ମିଲିୟନରୁ ଅଧିକ। ଇନଷ୍ଟାଗ୍ରାମରେ ଏକ ବ୍ରାଣ୍ଡର ଅନୁମୋଦନ ପାଇଁ ଦୀପିକା ପାଦୁକୋନ ୧.୫ କୋଟିରୁ ଅଧିକ ଚାର୍ଜ କରିଛନ୍ତି। ଦୀପିକା ପାଦୁକୋନ୍ ଆଜି ଅପାର ସମ୍ପତ୍ତିର ମାଲିକ ।

Happy Birthday Deepika Padukone, Our beloved Padmavati turns 34; See pics -  The Statesman

ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଜି ସେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ । ଦୀପିକାଙ୍କ ନିଟ୍ ମୂଲ୍ୟ ବିଷୟରେ କହିବାକୁ ଗଲେ ସେ ୪୦ ମିଲିୟନ୍ ଡଲାରରୁ ଅଧିକ ବା ୩୩୦ କୋଟି ଟଙ୍କା। କହିବାକୁ ଗଲେ ୨୦୧୮ ମସିହାରେ ଦୀପିକା ଫୋର୍ବସ୍ ଇଣ୍ଡିଆର ଧନୀ ସେଲିବ୍ରିଟି ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। ଦୀପିକା କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ବିଜ୍ଞାପନ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ବହୁତ ରୋଜଗାର କରନ୍ତି।ଏପରିକି ରୋଜଗାର କ୍ଷେତ୍ରରେ ସେ ସ୍ୱାମୀ ରଣବୀରଙ୍କୁ ବି ପଛରେ ପକାନ୍ତି।

Deepika Padukone has something super exciting to share on her birthday -  IBTimes India

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.