୩୬ ବର୍ଷ ବୟସରେ ପାଦ ଦେଲେ ଦୀପିକା ପାଦୁକୋନ୍ : ବିବାହର ଚାରି ବର୍ଷ ପୂର୍ବରୁ କରିଥିଲେ ନିର୍ବନ୍ଧ, ଜାଣନ୍ତୁ କିପରି ହେଲା ଖୁଲାସା…

Published By : Prameya-News7 Bureau | January 05, 2022 IST

ନୂଆଦିଲ୍ଳୀ ୦୫।୦୧ : ବଲିଉଡ ଇଣ୍ଡଷ୍ଟ୍ରୀ ସୁପର କୁଲ୍‌ କପଲ୍‌ ଭାବେ ବେଶ୍‌ ପରିଚିତ ଦୀପିକା ପାଦୁକୋନ୍ ଏବଂ ରଣଭୀର ସିଂ । ଦୁହେଁ ସବୁବେଳେ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି । ସେହିଭଳି ଦୀପିକା ଓ ରଣବୀରଙ୍କ କେମେଷ୍ଟ୍ରୀକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍‌ ଚର୍ଚ୍ଚା । ସୋସିଆଲ ମିଡିଆରେ ଯେମିତି ବାହାରେ ମଧ୍ୟ ଠିକ୍‌ ସେହି ଭଳି ଉଭୟଙ୍କ ଦେଖିବାକୁ ମିଳିଥାଏ । ବିବାହ ପୂର୍ବରୁ ଦୁହେଁ ଅନେକ ଫିଲ୍ମରେ ନଜର ଆସିଛନ୍ତି । ହେଲେ ନିକଟରେ ଦୀପିକା ଏବଂ ରଣଭୀରଙ୍କୁ ବିବାହ ପରେ ଏକାଠି କାମ କରିଛନ୍ତି । ତେବେ ରଣବୀରଙ୍କ କୁଲନେସ୍‌ ଠାରୁ ଦୀପିକା ଅଧିକ ମଜାଳିଆ । ସେ ରିଲ୍‌ ଲାଇଫରେ ଯେମିତି ରିୟଲ୍‌ ଲାଇଫ୍‌ରେ ମଧ୍ୟ ସେମିତି । ତାଙ୍କ ସୋସିଆଲ୍‌ ମିଡିଆରେ ଅନେକ ଫ୍ୟାନ୍‌ ଫୋଲର୍ସ ରହିଛି । ତାଙ୍କ ଷ୍ଟାଇଲ୍‌ ଓ ଡ୍ରେସ୍‌ ପାଇଁ  ଅଧିକ ଫପୁଲାର ରହିଛନ୍ତି ।

ଦୀପିକା ପାଦୁକୋନ ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ବିଷୟରେ କିଛି ବିଶେଷ କଥା । ଦୀପିକା ଏକ ସାକ୍ଷାତକାରରେ କହିଥିଲେ କି ତେବେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ରାମଲିଲା ଶୁଟିଂ ସମୟରେ ରଣବୀରଙ୍କ ପ୍ରେମରେ ପଡିଥିଲେ। ୬ବର୍ଷ ଧରି ସମ୍ପର୍କ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ କଥା ହେଲା ଦୀପିକା-ରଣବୀର ବିବାହର ଚାରି ବର୍ଷ ପୂର୍ବରୁ ଲୁଚାଛପାରେ ନିର୍ବନ୍ଧ କରି ନେଇଥିଲେ । ସେଥିରେ କେବଳ ପରିବାର ସଦସ୍ୟ ହିଁ ସାମିଲ୍‌ ଥିଲେ ।

ଆହୁରି କହିଛନ୍ତି କି ୬ ବର୍ଷର ରିଲେଶନସିପ୍‌ରେ ଅନେକ ଉତ୍ଥାନ-ପତନ ଆସିଛି । କିନ୍ତୁ ଆମେ ବ୍ରେକ୍‌ଅପ କରିଲୁ ନାହିଁ । ଆମର ଅନେକ ଝଗଡା ହୋଇଥିଲା ଯାହା ପରେ ଆମେ ଏହାକୁ ଠିକ୍ କରିବା ପାଇଁ ସମୟ ନେଇଥିଲୁ । ଯେତେ ଅସୁବିଧା ହେଉନା କାହିଁକି, କିନ୍ତୁ ଆମେ ଦୁହେଁ ଏକାଠି ରହିଲୁ । ସମ୍ପର୍କକୁ ଆସିବାର ଦୁଇ ବର୍ଷ ପରେ ଆମେ ଦୁହେଁ କାମକୁ ନେଇ ବ୍ୟସ୍ତ ରହିଗଲୁ ।  ଏହା ପରେ ଆମେ ନିର୍ବନ୍ଧ କରିଥିଲୁ । ଏହି ଉତ୍ସବରେ କେବଳ ଆମ ସହ ବାପା ମାଆ ଏବଂ ଆମର ଭଉଣୀମାନେ ସାମିଲ୍‌ ହୋଇଥିଲେ । ତେବେ ସୂଚନା ଅନୁଯାୟୀ ରଣବୀର ଏବଂ ଦୀପିକା ୨୦୧୮ ମସିହାରେ ଇଟାଲୀରେ ବିବାହ କରିଥିଲେ। ଏହି ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ୍‌ ହୋଇଥିଲେ । ଇଟାଲୀରୁ ଫେରିବା ପରେ ସେ ଭାରତରେ ବନ୍ଧୁମାନଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.