scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ଏଥର ପାଳିବେନି ଜନ୍ମଦିନ

16/10/2021 at 7:17 AM

ଭୁବନେଶ୍ୱର, ୧୬|୧୦ :  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଲେ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ।

ଏହାସହ ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି ।

ପୂର୍ବରୁ ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ । କେତେବେଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତ ପୁଣି କେବେ କରୋନା ମହାମାରୀ ପାଇଁ ଜନ୍ମଦିନ ପାଳୁନାହାନ୍ତି ନବୀନ । ଚଳିତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ।

   Related Posts