ଶ୍ରୀମନ୍ଦିରରେ ଜନ୍ମନେଲେ ପ୍ରଭୁ ଶ୍ରୀରାମ; ଖୁସିରେ ଆତ୍ମବିଭୋର ହୋଇ ନାଚିଲେ ହନୁମାନ
30/03/2023 at 7:15 PM

ପୁରୀ ୩୦/୦୩: ଜନ୍ମ ହେଲେ ପ୍ରଭୁ ଶ୍ରୀରାମ। ଖୁସିରେ ନୃତ୍ୟ କଲେ ପରମଭକ୍ତ ହନୁମାନ। ଗୁରୁବାର ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଏହାକୁ ନେଇ ସିଂହଦ୍ଵାରରେ ବେଶ୍ ଉତ୍ସାହ ଓ ଭକ୍ତିର ସହ ନୃତ୍ୟ କରିଛନ୍ତି ହନୁମାନ। ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରାମଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ।
୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଏହି ଜନ୍ମବିଧି ପାଳନ କରିଥାନ୍ତି। ଏହା ଗୁପ୍ତ ନୀତି ହୋଇଥିବାରୁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ। ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରନ୍ତି। ଏହା ପରେ ପଣ୍ଡା ଶୀତଳ ଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି।