ସମ୍ବଲପୁରରେ ଧୁିମଧାମରେ ହନୁମାନ ଜୟନ୍ତି ପାଳିତ
14/04/2018 at 11:46 PM

ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଧାର୍ମୀୟ ଭାବନା ଓ ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି। ଆଜି ସକାଳୁ ସହରରେ ଥିବା ୩୫ଟି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ, ବିଭିନ୍ନ ଆଖ୍ଡାରେ ପୂଜାର୍ଚ୍ଚନା କରାଯାଇଥିଲା। ସମ୍ବଲପୁରରେ ୨ଶହ ବର୍ଷରୁ ଅଧିକ ବହର୍ଷ ଧରି ଧାର୍ମୀୟ ଭାବନା ସହ, ପାରମ୍ପରିକ ଆଖ୍ଡା ଖେଳ,ଗଦାଚାଳନା ଓ ରଣକୌଶଳ ପ୍ରଦର୍ଶନ କରିବ, ଭଗବାନ ଶ୍ରୀ ହନୁମାନଙ୍କୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ,ମହାଆଳତୀ କରାଯାଇଥାଏ। ସବୁଧର୍ମର ଲୋକମାନେ ଏହି ଶୋଭାଯାତ୍ରାରେ ସାମିଲ୍ ହେଉଥିବା ବେଳେ, କିଛି ରାଜନୈତିକ ଲୋକ, ପୋଲିସ୍ ଓ ପ୍ରଶାସନକୁ ଆଳ କରି,ସବୁବେଳେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରି ଆସିଛନ୍ତି। ସେଥିପାଇଁ ସହରରେ ୩୦ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତ୍ତୟନ କରାଯିବା ସହ, ଦେଢଶହ ପୋଲିସ୍ ଅଧିକାରୀ ସାରା ସହରରେ ନିୟୋଜିତ ଅଛନ୍ତି