ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ

Published By : Prameya-News7 Bureau | August 04, 2021 IST

ଦେବଗଡ ୪।୮: ଦେବଗଡ ପୋଲିସ ପକ୍ଷରୁ ହନୁମାନ ପଇସା କାରବାର କରୁଥିବା ଏକ ରାକେଟକୁ ଠାବ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କଠାରୁ ଦୁଇଟି ହନୁମାନ ପଇସା, ଦୁଇଟି ମଟରସାଇକେଲ ସହ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି ।

{"id":490830,"width":754,"height":460,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲାର କିଛି ବ୍ୟକ୍ତି ଦେବଗଡ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହନୁମାନ ପଇସା କାରବାର କରୁଥିବା ଖବର ଦେବଗଡ ପୋଲିସ ପାଇବା ପରେ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ହନୁମାନ ପଇସା, ଦୁଇଟି ବାଇକ୍ ସହ ନଗଦ ଏକ ଲକ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ କରାଯାଇଥିଲା ।

{"id":490829,"width":753,"height":500,"sizeSlug":"full","linkDestination":"none"}

ଗିରଫ ବ୍ୟକ୍ତିମାନେ ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଭଣ୍ଡାରିମାଳ ଗ୍ରାମର ନରହରି ରାଉତିଆ, ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ ଓ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଅର୍ଗେନ ଗ୍ରାମର ଉପେନ୍ଦ୍ର ମାଝୀ । ଗିରଫ ବ୍ୟକ୍ତିମାନେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ହନୁମାନ ପଇସାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଉଥିଲେ ବୋଲି ପୋଲିସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ ଗିରଫ ବ୍ୟକ୍ତିଙ୍କ ବିରୋଧରେ ଦଫା ୪୦୯,  ୪୨୦, ୩୪ ଆଇପିସି, ୨୫ (୧)(୨) ଆଣ୍ଟିକ୍ବିଟିଜ ଏଣ୍ଡ ଆର୍ଟ ଟିଜର ଆକ୍ଟ ୧୯୭୨ ଅନୁଯାୟୀ ଦେବଗଡ ଆଦର୍ଶ  ଥାନାରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.