ସୋର ୧୪।୭: ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ହନୁମାନ ପଇସା ରାକେଟ୍ ଚାଲୁଥିବା ବେଳେ ମୋଟା ଅଙ୍କରେ ଡିଲ ହେଉଛି । ଖୋଳତାଡ ପରେ କ’ଣ ସେ ହନୁମାନ ପଇସା, ସେଥିରେ କ’ଣ ହୁଏ, ଏହା ଅସଲି କି ନକଲି ଜାଣିବା ପାଇଁ ହେଉଛି ବିଶେଷ ପରୀକ୍ଷା । ହନୁମାନ ରାକେଟ୍ ପାଖରେ ୨ ଗୋଟି ହନୁମାନ ପଇସା ରହିଛି । ଏହି ହନୁମାନ ପଇସା ଗୋଟିଏ ୧୮୧୮ ମସିହାରେ ହୋଇଥିବା ବେଳେ ଅନ୍ୟଟି ୧୮୦୭ ମସିହାର । ଏହି ଟଙ୍କାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଲେଖାଯାଇଛି ।
କେବଳ ହନୁମାନ ପଇସା ନୁହଁ, ବିଭିନ୍ନ ଶତାବ୍ଦୀର ପୁରୁଣା ଟଙ୍କା ମଧ୍ୟ ଏହି ରାକେଟ ନିକଟରେ ରହିଥିବାର ଦେଖିବାକୁ ମିଳିଥିଲା । ରାକେଟରେ ସମ୍ପୃକ୍ତ ଥିବା ସଦସ୍ୟ ଏକ ସାଧା ଧଳା କାଗଜ ଉପରେ ତାରିଖ ଲେଖି ଏହି ଟଙ୍କା ଅସଲି କିମ୍ବା ନକଲି ବୋଲି ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରଥମେ ଏହି ଟଙ୍କାକୁ କାଗଜ ଉପରେ ରଖିବା ପରେ ଟଙ୍କା ପାଖାପାଖି ଏକ ବ୍ଲେଡ଼କୁ ରଖାଯାଇ କାଠି ସାହାଯ୍ୟରେ ଟଙ୍କାକୁ ବ୍ଲେଡ଼ ଆଡକୁ ଠେଲିଥିଲେ । ଟଙ୍କାକୁ ଠେଲିଲେ ବ୍ଲେଡ଼ ଦୂରକୁ ଦୂରକୁ ଯାଇଥିଲା । ଏହା ଅସଲି ବୋଲି ରାକେଟ୍ ପ୍ରମାଣିତ କରିଥିଲେ । ପରେ ଆରମ୍ଭ ହୋଇଥିଲା ଦ୍ବିତୀୟ ପରୀକ୍ଷା । ଟଙ୍କା ଛୁଞ୍ଚିର ପରୀକ୍ଷା । ଟଙ୍କାକୁ ସେମିତି ଛୁଞ୍ଚି ଆଡକୁ ଠେଲିଲେ ଛୁଞ୍ଚି ମଧ୍ୟ ଦୂରକୁ ଦୂରକୁ ଯାଇଥିଲା । ଏଠାରେ ପ୍ରଶ୍ନ ହନୁମାନ ଟଙ୍କା ରାକେଟର ଟେର ପାଉନି ପୋଲିସ ।