ଓାର୍ମଅପ୍‌ରେ ସେଞ୍ଚୁରୀ ମାରି କନ୍‌ଫିଡେଣ୍ଟ ହନୁମା ବିହାରୀ, କହିଲେ ଯେକୌଣସି ସ୍ଥାନରେ କରିପାରିବି ବ୍ୟାଟିଂ

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୦୨: ଭାରତୀୟ କ୍ରିକେଟ ଟିମ୍ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳ ନିଜକୁ ପ୍ରସ୍ତୁତ କରୁଛି । ଟି-ଟ୍ବେଣ୍ଟି ସିରିଜକୁ କ୍ଲିନ୍ ସ୍ବିପ୍‌ କରିବା ପରେ ଦିନିକିଆ ସିରିଜକୁ ୦-୩ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ତେବେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଏକାଦଶ  ଦଳ ସହ ଏକ ଅଭ୍ୟାସ ମ୍ୟାଚ୍‌ ଖେଳୁଛି । ମ୍ୟାଚ୍‌ରେ ଓପନିଂ ଯୋଡି ଫେଲ୍‌ ମାରିଛି । ଦଳର ବ୍ୟାଟିଂ ଅର୍ଡର ଉପରେ ଖେଳିବାକୁ ପ୍ରସ୍ତୁତ ଅଛି ବୋଲି ହନୁମା ବିହାରୀ କହିଛନ୍ତି । ୨୬ବର୍ଷିୟ ଓପନର ଅଭ୍ୟାସ ମ୍ୟାଚ୍‌ରେ ୧୦୧ରନ୍‌ର ପାରି ଖେଳିଥିଲେ । ଯାହାକି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡା କରିବାରେ ସହଜ ହୋଇଥିଲା ।  

ଦିନିକିଆ ମ୍ୟାଚ୍‌ ପରି ଅଭ୍ୟାସ ମ୍ୟାଚରେ ମଧ୍ୟ ଦଳର ଓପନିଂ ଯୋଡି ଫେଲ୍‌ ମାରିଛି । ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଚାଲିଥିବା ଅଭ୍ୟାସ ମ୍ୟାଚ୍‌ରେ ଦଳର ଓପନିଂ  କରିବାକୁ ଆସିଥିବା ମୟଙ୍କ ଅଗ୍ରଓ୍ବାଲ (୧) ଓ ପୃଥୀ ସ (୦) ପାଭିଲିୟନକୁ ଫେରିଯାଇଥିଲେ । ପରେ ପଡିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶୁଭମନ ଗିଲ୍‌ (୦) ରନ୍‌ କରି ଆଉଟ ହୋଇଯାଇଥିଲେ । ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ବୋଲିଂ ଆକ୍ରମଣ ସମ୍ମୁଖରେ ତିଷ୍ଠି ପାରିନାହାନ୍ତି ଭାରତୀୟ ଓପନର । ଅନୁଭବହୀନ ଓପନର ଯୋଡି ବାରମ୍ବାର ଫେଲ୍ ମାରୁଛନ୍ତି । ମ୍ୟାଚ୍‌ରେ ଅଭିଜ୍ଞ ଚେତେଶ୍ବର ପୂଜାର ଓ ହନୁମା ବିହାରୀଙ୍କ ମଧ୍ୟରେ ପାର୍ଟନରସିପ ହୋଇଥିଲା । ଯାହାକୁ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସହଯୋଗ କରିଥିଲା । ବିହାରୀ ୧୦୧ରନ କରି ରିଟାର୍ଡ ହଟ ହୋଇଥିଲେ । ତେବେ ବ୍ୟାଟିଂ ଅର୍ଡରରେ ଉପରକୁ ଖେଳିବାକୁ ନେଇ ଯେତେବେଳେ ବିହାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କୌଣସି ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ । ଦଳ ଯଦି ଓପନିଂ କରିବାକୁ କହିବ , ସେଥିପାଇଁ ମୁଁ  ପ୍ରସ୍ତୁତ ରହିଛି । ମୁଁ ଜଣେ ଖେଳାଳି ଭାବରେ ଯକୌଣସି ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ । ଟିମ୍‌ର ଆବଶ୍ୟକତା ଅନୁଯାୟୀ , ଯେକୌଣସି କ୍ରମରେ ଖେଳିବାକୁ ପ୍ରସ୍ତୁତ ଅଛି ବୋଲି ବିହାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.