ଧରାପଡିଲା ପାଗଳ ହନୁ, ଆକ୍ରମଣ କରି ଅନେକଙ୍କୁ କରିଥିଲା ଘାଇଲା

Published By : Prameya-News7 Bureau | August 28, 2022 IST

ଟାଙ୍ଗୀ ୨୮/୦୮: ବେଶ କିଛି ଦିନ ହେଲା ଏକ  ହନୁ ମାଙ୍କଡ ଖଳନାୟକ ସାଜିଥିଲା । ଏପରିକି ଅନେକ ଲୋକଙ୍କୁ ଆକ୍ରମଣ କରି ଘାଇଲା କରିଥିଲା। କିନ୍ତୁ ଶେଷରେ ଧରାପଡିଲା ହନୁ । ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ୍ ଅଧିନସ୍ଥ ଟାଙ୍କୋଳ ଗ୍ରାମରେ ଘଟିଛି ।

ସୂଚନାନୁସାରେ, ଟାଙ୍କୋଳ ଗ୍ରାମରେ ଏକ ହନୁ ମାଙ୍କଡ଼ ଖଳନାୟକ ସାଜି ଆତଙ୍କ ମଚାଇ ଥିଲା । ପାଗଳ ମାଙ୍କଡ଼ଟି କାମୁଡି କିଛି ବ୍ୟକ୍ତିଙ୍କୁ ଆହତ କରିଥିଲା । ଆଉ ଶେଷରେ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜର୍ ଦ୍ୱାରା ଏହି ଖଳନାୟକ ସାଜି ଥିବା ହନୁ ମାଙ୍କଡ଼କୁ କାବୁ କରାଯାଇଛି ।

ତେବେ କାବୁ ହେଲା ପରେ ହନୁ ମାଙ୍କଡ଼କୁ ଚିକିତ୍ସା କରାଯିବ । ଏହା ପରେ ନନ୍ଦନକାନନରେ ଛାଡି ଦିଆଯିବ ବୋଲି ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.