ହଂସିକାଙ୍କ ବିବାହକୁ ନେଇ ହେବ ଶୋ’, ଏହି OTT ପ୍ଲାଟଫର୍ମରେ ଷ୍ଟ୍ରିମ
19/01/2023 at 12:11 PM

ମୁମ୍ଵାଇ ୧୯।୦୧: ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ହଂସିକା ମୋଟୱାନି । ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ଏହି ରାଜକୀୟ ବିବାହ ଅନେକ ଚର୍ଚ୍ଚା ପାଲଟିଥିଲା। ଡିସେମ୍ବର ୪ରେ ରାଜସ୍ଥାନରେ ହନସିକା ବିବାହ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଦାମ୍ପତ୍ୟ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରୁଛନ୍ତି । ବିବାହର ଏକ ମାସ ପରେ, ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି। ଯାହାର ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।
ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କର ଆଗାମୀ ଶୋ ‘ହଂସିକା ଲଭ୍ ଶାଦି ଡ୍ରାମା’ ଘୋଷଣା କରିଛନ୍ତି। ଏହି ଶୋ’ରେ ହଂସିକାଙ୍କ ବିବାହ ସହ ଲଭଲାଇଫ୍ ପ୍ରଦର୍ଶିତ ହେବ। ଏହି ଶୋ ’ଏକ ଆଉଟ୍ ଏଣ୍ଡ ଆଉଟ୍ ରିଆଲିଟି ଶୋ’ ହେବ। ଯାହା ଡିଜ୍ନି ପ୍ଲସ୍ ହଟଷ୍ଟାର୍ ଉପରେ ଷ୍ଟ୍ରିମ୍ ହେବ। ଶୋ’କୁ ନେଇ ହଂସିକା ଏହି ଭିଡିଓରେ କହିଛନ୍ତି। ‘ହାଏ, ମୁଁ ହଂସିକା । ମୋ ଜୀବନରେ କିଛି ବିଶେଷ ଘଟଣା ଘଟିଛି। ମୋ ଜୀବନରେ ଏମିତି କିଛି ସ୍ପେଶାଲ ହୋଇଛି , ମୁଁ ବିବାହ କରିଥିଲି । ମୋରା ପୁରା ବିବାହ କେବଳ ଡିଜନି ପ୍ଲସ ହଟଷ୍ଟାରରେ ଦେଖିବେ। ଏହି ଶୋ’ର ନାମ ହେଉଛି ଲଭ୍ ଶାଦୀ ଡ୍ରାମା ।
କହିବାକୁ ଗଲେ, ହଂସିକା ବିବାହର ସମସ୍ତ ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କର ସମ୍ପୂର୍ଣ୍ଣ ବିବାହ ଦେଖିବାର ସୁଯୋଗ ପାଇବାକୁ ଯାଉଛନ୍ତି। ଯାହା ବିଷୟରେ ସେମାନେ ବହୁତ ଉତ୍ସାହିତ ଅଛନ୍ତି । ପ୍ରଶଂସକମାନେ ହନସିକାଙ୍କ ଏହି ଭିଡିଓରେ କ୍ରମାଗତ କମେଣ୍ଟ କରୁଛନ୍ତି। ଏହାକୁ କମେଣ୍ଟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଏହି ସୋ ପାଇଁ ବହୁତ ଉତ୍ସାହିତ ଅଛି’। ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।