ହନସିକା ମୋଟୱାନୀଙ୍କ ବଡ ଖୁଲାସା, ‘ସମୟ ଥିଲା ମତେ ଡିଜାଇନରମାନେ ପୋଷାକ ଦେବାକୁ ମନା କରୁଥିଲେ’…
11/06/2023 at 3:29 PM

ମୁମ୍ବାଇ ୧୧।୦୬: ନିକଟ ଅତୀତରେ ସୋହେଲ କାଥୁରିଆଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ହନସିକା ମୋଟୱାନୀ । ଏବେ ହନସିକାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଖବର । ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । କିଛି ବର୍ଷ ପୂର୍ବେ ଡିଜାଇନରମାନେ ତାଙ୍କୁ ପୋଷାକ ଦେବାକୁ ମନା କରିଦେଇଥିଲେ । କାରଣ, ସେ ମୁଖ୍ୟତଃ ସାଉଥ ଚଳଚ୍ଚିତ୍ରରେ କାମ କରୁଥିଲେ । ଯେଉଁ ଡିଜାଇନରମାନେ ତାଙ୍କୁ ପୂର୍ବରୁ ଅବହେଳା କରିଥିଲେ, ଏବେ ସେହି ସମାନ ଡିଜାଇନରମାନେ ବର୍ତ୍ତମାନ ଟ୍ରେଲର ଲଞ୍ଚ ଏବଂ ଅନ୍ୟାନ୍ୟ ଇଭେଣ୍ଟ ପାଇଁ ତାଙ୍କୁ ପୋଷାକ ଦେବାକୁ ଆଗ୍ରହୀ ଅଛନ୍ତି ।

ବାସ୍ତବରେ ଏକ ସାକ୍ଷାତକାରରେ ହନସିକା କହିଛନ୍ତି, “ଅନେକ ଡିଜାଇନର୍ ଅଛନ୍ତି ଯେଉଁମାନେ କହିଥାନ୍ତି କି ‘oh, no ସାଉଥ ଅଭିନେତ୍ରୀ, ଆମେ ଆପଣଙ୍କୁ ପୋଷାକ ଦେବାକୁ ଚାହୁଁ ନାହୁଁ। କିନ୍ତୁ ବର୍ତ୍ତମାନ, ସେମାନେ ନିଜେ ଆଗକୁ ଆସୁଛନ୍ତି ଏବଂ ସେମାନେ କହୁଛନ୍ତି ‘oh no ତୁମର ଏକ ଇଭେଣ୍ଟ ଅଛି, ତୁମର ଟ୍ରେଲର ଲଞ୍ଚ ଅଛି, ତୁମେ କାହିଁକି ଆମ ପୋଷାକ ପିନ୍ଧୁ ନାହଁ?’ ମୁଁ ଭଦ୍ର ଭାବରେ ହଁ କହିଲି । ସେମାନଙ୍କ ଭିତରେ ଏବଂ ମୋ ମଧ୍ୟରେ ପାର୍ଥକ୍ୟ ରହିବା ନିହାତି ? ”

ଅଭିନେତ୍ରୀ ଜଣକ କହିଛନ୍ତି ଯେ ସେମାନଙ୍କ ପାଇଁ ତାଙ୍କ ମନରେ କେବେବି କୌଣସି ଅସନ୍ତୋଷ ନାହିଁ । ଏହାସହ କହିଛନ୍ତି ଯେ ସେ ସବୁବେଳେ ଭାବନ୍ତି କି , ‘ସେମାନେ ତାଙ୍କ ପାଖକୁ ସେବେ ଫେରି ଆସିବେ, ଯେତେବେଳେ ସେ ପ୍ରକୃତରେ କଠିନ ପରିଶ୍ରମ କରିବେ’ । ଆଉ ସେମାନେ ଏବେ ପୁନଶ୍ଚ ଫେରି ଆସିଛନ୍ତି । ତେଣୁ ‘ବର୍ତ୍ତମାନ ସେ ଭାବୁଛନ୍ତି, ସେମାନେ ତାଙ୍କୁ ଷ୍ଟାଇଲିସ୍ କରିବାକୁ ଚାହୁଁଛନ୍ତି, ତାଙ୍କ ପୋଷାକ ପରିଧାନ କରି ସେ ଯେମିତି ଯଥେଷ୍ଟ ସୁନ୍ଦର ଦେଖାଦେବେ ସେନେଇ ତାଙ୍କୁ କହୁଛନ୍ତି ।
You Can Read: