ଏଫିଲ୍‌ ଟାୱାର ସାମ୍ନାରେ ହଂସିକାଙ୍କୁ ପ୍ରପୋଜ୍‌ କଲେ ସୋହେଲ, ଦେଖନ୍ତୁ ଏହି ରୋମାଣ୍ଟିକ୍‌ ଫଟୋ

Published By : Prameya-News7 Bureau | November 03, 2022 IST

ସାଉଥ ଅଭିନେତ୍ରୀ ହଂସିକା ମୋଟୱାନୀ । କିଛି ଦିନ ହେବ ବିବାହ ଖବର ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତମାନ ତାଙ୍କ ବାହାଘରକୁ ନେଇ ଏବେ ଭିନ୍ନ ଭିନ୍ନ ତାରିଖ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି କି ଅଭିନେତ୍ରୀ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ହେଲେ ସେ ତାଙ୍କ ଡ୍ରିମ୍ ମ୍ୟାନ୍‌ଙ୍କ ବିଷୟରେ ମୁହଁ ଖୋଲି ନଥିଲେ। ଦୀର୍ଘ ଦିନ ଧରି ଆଲୋଚନା ହେଉଛି କି ସେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ।

ଏତେ ଆଲୋଚନା ମଧ୍ୟରେ ପ୍ରଥମ ଥର ହଂସିକା ବିବାହର ପ୍ରୋଜାଲଲର ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।।ତାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସମାନେ ଫଟୋକୁ୍ ଲାଇକ୍ କରିଥିବା ବେଳେ ଖୁବ୍ ପ୍ରେମ ବର୍ଷା କରୁଛନ୍ତି। ଫଟୋରେ ହଂସିକା ସୁନ୍ଦର ଦେଖ ଯାଉଥିବା ବେଳେ ତାଙ୍କ ଭାବି ସ୍ଵାମୀ ଆଣ୍ଠୁ ମାଡି ବସି ବିବାହ ପ୍ରପୋଜାଲ୍ ଦେଇଛନ୍ତି। ତାହା ପୁଣି ପ୍ୟାରିସ୍‌ର ଏଫିଲ୍ ଟାୱାର ସାମ୍ନାରେ। ଉଭୟ ଏହି ଫଟୋରେ ବହୁତ ଖୁସି ଥିବାର ନଜର ଆସୁଛନ୍ତି। ହଂସିକା ମଧ୍ୟ ଫଟୋ ସେୟାର କରି ଲେଖିଛନ୍ତି .. ଏବେ ଆଉ ସବୁଦିନ ପାଇଁ.. ।

କହିବାକୁ ଗଲେ ହଂସିକା ମୋଟୱାନୀ ନିଜ କ୍ୟାରିୟର ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ। କୋଇ ମିଲ୍ ଗେୟା ପରେ ଲିଡ୍ ଅଭିନେତ୍ରୀ ଭାବେ ବଲିଉଡ୍ ଫିଲ୍ମ ଆ୍ପକା ସୁରୁରରେ ନଜର ଆସିଥିଲେ। ଏହି ଫିଲ୍ମରେ ହଠାତ୍ ତାଙ୍କ ଟ୍ରାନ୍ସଫମେସନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇାଯାଥିଲେ। ଆଜି ବି ତାଙ୍କ ସୁନ୍ଦରତାକୁ ନେଇ ଖୁବ୍  ଚର୍ଚ୍ଚା ଲାଗି ରୁହେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.