‘ବାଲିକା ବଧୁ’ ଫେମ୍ ହଂସୀ ପରମାର କଲେ ବିବାହ, ସେୟାର କଲେ ଫଟୋ
2/02/2023 at 12:35 PM

ମୁମ୍ଵାଇ ୦୨।୦୨: ବର୍ତ୍ତମାନ ବଲିଉଡରେ ବିବାହ ଋତୁ ଚାଲିଛି । ବର୍ତ୍ତମାନ ‘ବାଲିକା ବଧୁ’ ଫେମ୍ ହଂସୀ ପରମାର ହାତକୁ ଦି ହାତ ହୋଇଛନ୍ତି। ୨୭ଜାନୁଆରୀରେ ହଂସୀ ପରମାର ଆକାଶ ଶ୍ରୀବାସ୍ତବଙ୍କ ସହ ସାତ ଫେରା ନେଇଛନ୍ତି। ନିଜ କ୍ୟାରିୟରକୁ ନେଇ ଗମ୍ଭୀର ଥିବା ହଂସୀ ଆକାଶଙ୍କ ପ୍ରେମରେ କେବେ ପଡ଼ିଲେ ସେ ନିଜେ ଜାଣି ନଥିଲେ। ସେମାନଙ୍କ ପ୍ରେମର କାହାଣୀ ମଧ୍ୟ ଅତ୍ୟନ୍ତ ସୁନ୍ଦରୀ । କୌଣସି ଫିଲ୍ମ ଠାରୁ କମ୍ ନୁହେଁ ।
ହଂସୀ ପରମାର ଏବଂ ଆକାଶ ଶ୍ରୀବାସ୍ତବଙ୍କର ପ୍ରେମ ବିବାହ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ହଂସୀ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ମହାରାଷ୍ଟ୍ରକୁ ଫିଲ୍ମରେ କାମ କରିବାକୁ ଆସିଥିଲେ। ସେ ଲଗାତାର କାମ ଖୋଜୁଥିଲେ ଏବଂ ମଝିରେ ଲକଡାଉନ୍ ଆସିଲା। ତାଙ୍କ ପାଖରେ ରହିବାକୁ ଘର ମଧ୍ୟ ନଥିଲା। ତା’ପରେ ଯେଉଁଠାରେ ଘର ମିଳିଲା, ସେଠାରେ ଆକାଶ ସହିତ ଦେଖା ହୋଇଥିଲେ।
ଆକାଶ ଏବଂ ହଂସୀଙ୍କ ଘର ପାଖରେ ଥିଲା । ଲକଡାଉନ୍ ମଝିରେ ତାଙ୍କ କାମ ପ୍ରାୟ ବନ୍ଦ ହୋଇଯାଇଥିଲା। ଆକାଶ ତାଙ୍କୁ ବହୁତ ସାହାଯ୍ୟ କଲେ। ସେହି ସମୟରେ ସେମାନଙ୍କର ସମ୍ପର୍କ ଗଭୀର ହେବାକୁ ଲାଗିଲା ଏବଂ ହଂସୀ ସ୍ଥିର କଲେ ଯେ ସେ କେବଳ ତାଙ୍କୁ ବିବାହ କରିବେ । କହିବାକୁ ଗଲେ ଆକାଶ ଏକ ବ୍ରିଟିଶ ଆଇଟି କମ୍ପାନୀରେ କାମ କରନ୍ତି । ହଂସୀ ଗ୍ୱାଲିଅରରେ ଆକାଶ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ଏବଂ ସେମାନଙ୍କ ବିବାହର ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।