scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଙ୍ଗଝୌ ସ୍ପୋର୍ଟ୍ସ ପାଇଁ ଷ୍ଟାଡିୟମ ପ୍ରସ୍ତୁତ; କେଇ ଘଣ୍ଟା ପରେ ବାଜିବ ଏସିଆଡ୍ ବିଗୁଲ

23/09/2023 at 10:32 AM

ହାଙ୍ଗଝୌ,୨୩/୦୯: ଏସିଆନ୍ ଗେମ୍ସକୁ ଆଉ ମାତ୍ର କେଇ ଘଣ୍ଟା ବାକି । ହାଙ୍ଗଝୌ ସ୍ପୋର୍ଟ୍ସ ପାଇଁ ଷ୍ଟାଡିୟମରେ ବାଜି ଏସିଆଡ୍ ବିଗୁଲ । ଉଦଘାଟିତ ହେବ ଏସିଆନ୍ ଗେମ୍ସ- ୨୦୨୩ ।  କରୋନା ମହାମାରୀ ଯୋଗୁ ୧୯ତମ ଏସିଆଡ୍‌କୁ ଗୋଟିଏ  ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ମହାମାରୀ ଏବେ ଟଳି ଯାଇଛି । କଟକଣା ଶୂନ୍ୟ ଜୀବନ ପୂର୍ବଭଳି  ସ୍ୱାଭାବିକ ହୋଇଛି । ଷ୍ଟାଡିୟମ ପୂର୍ବଭଳି କୋଳାହଳମୟ ମଧ୍ୟ ଦେଖିବାକୁ ମିଳିଛି । ଏହି ଅମୃତ ମୁହୂର୍ତ୍ତରେ ସାରା ଏସିଆର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ହାଙ୍ଗଝୌ ବି ପ୍ରସ୍ତୁତ ହୋଇ ସାରିଛି । 

ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଲୋକମାଳାରେ  ଝଲସି ଉଠିବ ହାଙ୍ଗଝୌ । ଆୟୋଜକ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ କ୍ରୀଡ଼ାର ଶୁଭ ଉଦ୍‌ଘାଟନ କରିବେ । ତେବେ  ଏଥର କ୍ରୀଡ଼ାରୁ ଆତସବାଜି କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି । ଏସିଆନ୍ ଗେମ୍ସ ଶନିବାରଠୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।  

ହାଙ୍ଗଝୌ କ୍ରୀଡ଼ାରେ ଏସିଆର ୪୫ଟି ଦେଶରୁ ୧୨ ହଜାରରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ସାମିଲ  ହୋଇଛନ୍ତି । ୪୦ଟି କ୍ରୀଡ଼ା ୬୧ଟି ଶୃଙ୍ଖଳା ଏବଂ ୪୮୧ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ ।  ଏଥିପାଇଁ ହାଙ୍ଗଝୌ ସ୍ପୋର୍ଟ୍ସ ପାର୍କ ସମେତ ମୋଟ୍ ୪୪ଟି ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି ।  ସେଥିମଧ୍ୟରୁ ୧୪ଟି ନୂଆ କରି ନିର୍ମାଣ କରିଛି । ୩୦ଟି ଷ୍ଟାଡିୟମ ହାଙ୍ଗଝୌ ପ୍ରଦେଶର ବିଭିନ୍ନ  ଜିଲ୍ଲାରେ ରହିଥିବାବେଳେ ଅବଶିଷ୍ଟ ୧୪ଟି ପଡୋଶୀ ପ୍ରଦେଶମାନଙ୍କରେ ନିର୍ମାଣ ହୋଇଛି ।  

ଭାରତ ପୂର୍ବାପେକ୍ଷା ଏଥର ଏକ ବଡ଼ ଦଳ ହାଙ୍ଗଝୌ ପଠାଇଛି । ଏହି ଦଳରେ  ୬୫୫ ଜଣ କ୍ରୀଡ଼ାବିତ ସାମିଲ ରହିଛନ୍ତି । ଯେଉଁଥିରେ ୩୨୫ ଜଣ ମହିଳା  କ୍ରୀଡ଼ାବିତ ଅଛନ୍ତି । କ୍ରିକେଟ୍‌ରେ ଉଭୟ ପୁରୁଷ ମହିଳା ଦଳ ପ୍ରଥମ କରି  ସାମିଲ ହୋଇଛନ୍ତି । ସେମିତି ଦୀଘ ୯ ବର୍ଷ ପରେ ଫୁଟବଲ ଦଳ  ଭାଗ ନେଇଛି । ଭାରତୀୟ ଦଳ ୩୫ଟି କ୍ରୀଡ଼ାରେ ଭାଗ ନେବ ।  

ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ପତାକା ଧାରଣ କରିବେ ଦୁଇ ଅଲିମ୍ପିକ୍ସ ପଦକ ବିଜେତା ହର୍ମନପ୍ରୀତ ସିଂ ଓ ଲଭଲିନା ବୋର୍ଗାହାଁ । ପ୍ରଥମ ଥର ଜଣେ ପୁରୁଷ ଓ ଜଣେ ମହିଳା  କ୍ରୀଡ଼ାବିତଙ୍କୁ ଏହି ଅଧିକାର ଦିଆଯାଇଛି । ଗତ ଥର ଏକାକୀ ନୀରଜ ଚୋପ୍ରା ତ୍ରିରଙ୍ଗା ଧରିଥିଲେ । 

୨୦୧୮ ଏସିଆଡ୍‌ରେ ଭାରତକୁ ୧୬ ସ୍ୱର୍ଣ୍ଣ ସହ ମୋଟ୍‌  ୭୦ଟି ପଦକ ମିଳିଥିଲା । ଏଥର କ୍ରୀଡ଼ାବିତଙ୍କ ସଂଖ୍ୟା ବୃଦ୍ଧି  ପାଇଥିବାରୁ ପଦକ ସଂଖ୍ୟା ୧୦୦ ଅତିକ୍ରମ କରିବ ବୋଲି  କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଆଶା ରଖିଛି । ଶେଷ ମୁହୂର୍ତ୍ତରେ  ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଓଡ଼ିଶାର ସାଇକ୍ଲିଷ୍ଟ  ଦିନେଶ କୁମାର । ଦିନେଶଙ୍କୁ ମିଶାଇ ମୋଟ୍‌ ୧୪ ଜଣ ଓଡ଼ିଆ  ଭାରତୀୟ ଦଳରେ ସାମିଲ ହୋଇ ହାଙ୍ଗଝୌ ଯାତ୍ରା କରିଛନ୍ତି ।

   Related Posts