ନିମ୍ବ ଗଛରେ ଝୁଲୁଛି ହାତବନ୍ଧା ମୃତଦେହ, ହତ୍ୟା ସନ୍ଦେହ
4/09/2021 at 4:29 PM

ସାଲେପୁର ୪।୯: କଟକ ଜିଲ୍ଲା ସାଲେପୁର ଥାନା ବାଲିସମାଳା ଗାଁ ନିକଟ ସାଧୁ ଗୋସେଇଁ ମଠ ନିକଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣଙ୍କର ହାତ ବନ୍ଧା ହୋଇ ଝୁଲୁଥିବା ଲୋକେ ସକାଳୁ ସକାଳୁ ଦେଖିଥିଲେ । କୌଣସି ସ୍ଥାନରେ ଏହି ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଏଠାରେ ଝୁଲାଇ ଚାଲି ଯାଇଥିବା ଦେଖଣାହାରୀ ସନ୍ଦେହ କରିଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଗତପୁର ଥାନା ପଶ୍ଚିମକଛ ଅଞ୍ଚଳର ଅକ୍ଷୟ ସାମଲ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ୨୦କିଲୋମିଟର ଦୂରକୁ ଅକ୍ଷୟ ଆସିଲେ କେମିତି। ପରିବାର ଲୋକ ହତ୍ୟା ଅଭିଯୋଗ କଲେ। ପୋଲିସ ତଦନ୍ତ ପରେ ଜଣାପଡିବ ଅକ୍ଷୟ ଏଠାକୁ ଆସିଲେ କେମିତି ?
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023