ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହସ୍ପିଟାଲରୁ ଥିଲେ ନିଖୋଜ

Published By : Prameya-News7 Bureau | September 02, 2020 IST

ରାଇରଙ୍ଗପୁର ୨।୯: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚିକିତ୍ସାଧିନ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗ୍ରାମାଞ୍ଚଳ ଥାନା ତିଲେଇଘୁଟୁ ଗ୍ରାମର କାର୍ମୀ ସୋରେନ ।

{"id":323781,"sizeSlug":"large"}

ସୂଚନା ଅନୁସାରେ ମଙ୍ଗଳବାର କାର୍ମୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ମ୍ୟାଲେରିଆ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତିରେ କାର୍ମୀ ହସପିଟାଲରୁ କେଉଁଆଡେ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ରାତି ସାରା ଖୋଜାଖୋଜି କରି ନିରାଶ ହୋଇଥିଲେ । ତେବେ ବୁଧବାର ସକାଳୁ ମେଡିକାଲ ପରିସରରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ତାଙ୍କ ପରିବାର ଲୋକେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଦେଇଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.