ଯୁବକଙ୍କ ହାତବନ୍ଧା ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ମୂଳରେ ପଡିଛି ଡାଏରୀ ଓ ମଦ ବୋତଲ

Published By : Prameya-News7 Bureau | August 20, 2021 IST

ଘଟଗାଁ ୨୦।୮: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧଳପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗାଁର ଲକ୍ଷ୍ମୀଧର ମହାନ୍ତଙ୍କ ସାନ ପୁଅ ପବିତ୍ର ମହାନ୍ତ ମ୍ରୁତ ଶରୀର ଗ୍ରାମ ନିକଟସ୍ଥ ହରିଚନ୍ଦନପୁରରୁ ପିଠାଗୋଳା ଯିବା ରାସ୍ତା କଡ଼ ନାଳ ନିକଟରେ ଥିବା ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲେ । ଉକ୍ତ ଯୁବକଙ୍କ ହାତ ଦୁଇଟି ବନ୍ଧା ହୋଇଥିବା ବେଳେ ଗଛ ମୂଳରେ ଏକ ଡାଏରୀ ଓ ମଦ ବୋତଲ ସିଗାରେଟ୍ ପଡିଥିବାର ଦେଖିବାକୁ ମିଳିଛି ।

{"id":498828,"sizeSlug":"full","linkDestination":"none"}

ଯୁବକଙ୍କ ହାତ ଦୁଇଟି ବନ୍ଧା ହୋଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସାଧାରଣରେ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଦେଇଛି । ତେବେ ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.