ରାଜଧାନୀରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 15, 2023 IST

ବାରଙ୍ଗ ୧୫।୪: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଏଲସି ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବତୀଙ୍କ ନାମ ସରୋଜିନୀ ବିଶ୍ଵାଳ ।

ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ହୋଇଥିବା ବେଳେ ସେ ଭୁବନେଶ୍ବର ସ୍ଥିତ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିବା ଜଣାପଡ଼ିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.