Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍‌ଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିନି ମୃତକଙ୍କ ପରିଚୟ

2/06/2023 at 6:27 PM

ଭଦ୍ରକ ୨।୬: ବସଷ୍ଟାଣ୍ଡ ନିକଟ ମାର୍କେଟ କମ୍ପ୍ଲେକ୍ସ ଦୋକାନ ସଟର ଷ୍ଟାଣ୍ଡରେ ଝୁଲୁଛି ମୃତଦେହ । ଭଦ୍ରକ ସହରର ବନ୍ତ ଛକ ନିକଟରେ ମୃତଦେହଟି ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତକଙ୍କର ପରିଚୟ ମିଳିପାରି ନାହିଁ । ବନ୍ତ ଛକର ବାଲେଶ୍ଵର ବସଷ୍ଟାଣ୍ଡ ନିକଟରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହି ଛକ ରାତି ସାରା ଚଳଚଞ୍ଚଳ ରହୁଥିବା ବେଳେ ଦୂରରୁ ଆସୁଥିବା ନାଇଟ୍ କୋଚ୍ ବସ୍‌ଗୁଡିକ ମଧ୍ୟ ରହିଥାଏ । ସହରର ପ୍ରବେଶ ପଥ ହୋଇଥିବାରୁ ପୋଲିସ ମଧ୍ୟ ମୁତୟନ ରୁହନ୍ତି । ତେବେ ସକାଳୁ ଲୋକେ ପୋଲିସକୁ ଖବର ଦେଇଛନ୍ତି । ସହରର ଜନଗହଳି ସ୍ଥାନରେ ଏମିତି ଘଟଣା ଘଟିଥିବାରୁ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ମିଳିବ । ତେବେ ପୋଲିସ ସ୍ଥାନୀୟ ଅଞ୍ଚଳରର ସିସିଟିଭି ଯାଞ୍ଚ କରିବା ନେଇ ସୂଚନା ମିଳିଛି ।

You Can Read :

   Related Posts