ରହସ୍ୟ ଘେରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର,ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | May 24, 2024 IST

ବୌଦ୍ଧ୨୪/୫: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ । ଆଦର୍ଶ ଥାନା ମାଉଲସୀଙ୍ଗା ପୋଖରୀ ହୁଡା ପାଖ ଗଛରେ ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାପୁଜୀ ନଗରର ସୁଜିତ ଦେହୁରୀ । 

ସକାଳୁ କିଛି ଲୋକ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ସୁଜିତଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ସୁଜିତଙ୍କ ବାପା-ମାଆ ଆସି ମୃତଦେହକୁ ଚିହ୍ନଟ କରିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।  

You Can Read :

ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା, ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.