ବାଲୁଗାଁଠାରେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
Published By : Prameya-News7 Bureau | November 14, 2018 IST
ଖୋର୍ଦ୍ଧା ୧୪/୧୧: ବାଲୁଗାଁଠାରେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ବାଲୁଗାଁ ଶାନ୍ତିନଗର ନୂଆ ମାଛ ମାର୍କେଟ ନିକଟରୁ ମୃତଦେହ ଠାବ ହୋଇଛି। ହତ୍ୟା ପରେ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ତଦନ୍ତ ଚଳାଇଛି।