ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | January 03, 2020 IST

ଉଦଳା ୦୩।୦୧:  ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଇକାଳି ଗାଁ ନିକଟରେ ଥିବା ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର  କରିଛି ପୋଲିସ । ମୃତକ ସ୍ଥାନୀୟ ସିମଗାଡିଆ ଗାଁର ଶ୍ରୀଧର ଧାଉଡିଆ ବୋଲି ଜଣାପଡିଛି ।  

{"id":206152,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଇକାଳି ଗାଁ ନିକଟ ରାସ୍ତାକଡରେ ଥିବା ବିଲ ମଧ୍ୟରେ ଥିବା ଗଛରୁ  ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ  ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ  ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ତେବେ ଶ୍ରୀଧରଙ୍କ ମୃତଦେହ ଯେଉଁ ଗଛରୁ ଉଦ୍ଧାର କରାଯାଇଛି,  ତାହାର ଅନେକ ଦୂରରେ ତାଙ୍କ ସାଇକେଲ ପଡିଥିବା ଦେଖବାକୁ ମିଳିଛି ।

{"id":206157,"sizeSlug":"large"}

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ଶ୍ରୀଧରଙ୍କ ସଂପର୍କୀୟ କହିବାନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସେ ଘରୁ ବାହାରି ଆସିଥବା  ବେଳେ ଆଉ ଘରକୁ ଫେରି ନଥିଲେ । ତେବେ କିଛି ପାରିବାରିକ କଳହ କୁନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ମଧ୍ୟ କରାଯାଉଛି । ତଦନ୍ତ ପରେ ମୃତ୍ୟୁର  କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.