ରାଉରକେଲାରେ ଘର ଭିତରୁ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ
24/10/2018 at 11:24 AM

ସୁନ୍ଦରଗଡ ୨୪|୧୦: ରାଉରକେଲାରେ ହତ୍ୟାକାଣ୍ଡ ସନ୍ଦେହ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ସନ୍ତୋଷ ରଜା । ସେ ତାଙ୍କ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଏକ ବନ୍ଦ ଘର ଭିତରୁ ରକ୍ତ ବାହାରୁଥିବାର ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯାଇଥିଲା । ସେଠାରୁ ସନ୍ତୋଷ ରଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ଘର ବିହାର ଅଞ୍ଚଳରେ । ସେ ଚେଣ୍ଡ୍ ଅଞ୍ଚଳରେ ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି ।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023