ଭୁବନେଶ୍ୱର ଷ୍ଟେସନ ଭିତରେ ଝୁଲନ୍ତା ଶବ ; ସ୍ପଷ୍ଟ ଦିବାଲୋକରେ ଆତ୍ମହତ୍ୟା !

Published By : Prameya-News7 Bureau | August 25, 2018 IST

ଭୁବନେଶ୍ୱର ୨୫/୮ : ଭୁବନେଶ୍ୱର ଷ୍ଟେସନର ନୂଆ ଫୁଟ ଓଭର ବ୍ରିଜ ତଳେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି | ନୂଆ ଫୁର ଓଭର ବ୍ରିଜର ଦୁଇଟି ଖୁଣ୍ଟ ମଝିରେ ଯୁବକଙ୍କ ମୃତଦେହ ଝୁଲିରହିଛି | ନିକଟରେ ଚପଲ ଓ ଟିଫିନ ବକ୍ସ ରହିଥିବା ଦେଖିବାକୁ ମିଳିଛି | ଯୁବକଙ୍କ ପରିଚୟ ମିଳିନାହିଁ | ରେଳୱେ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଛି | ଆଜି ଦିନ ୧୦ ଟା ବେଳକୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ଷ୍ଟେସନ ଭଳି ଏକ ଜନଗହଳି ପୁର୍ଣ ଅଂଚଳରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଜିଆରପି ଏବଂ ଆରପିଏଫ ପୋଲିସ ଷ୍ଟେସନରେ ବରାବର ପଇଁତରା ମାରୁଥିବା ବେଳେ ଏଭଳି ଘଟଣା କେମିତି ଘଟିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.