Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଞ୍ଚାୟତ ସମିତି ବୈଠକରେ ହଙ୍ଗାମା: ବୈଠକ ବର୍ଜନ କଲେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ, ଉଠିଆସିଲେ ବିଧାୟକ

2/06/2023 at 4:58 PM

ବଲାଙ୍ଗୀର ୨।୬: ଦେଓଗାଁ ବ୍ଲକରେ ଅସନ୍ତୋଷ । ପଞ୍ଚାୟତ ସମିତି ସାଧାରଣ ବୈଠକରେ ହଙ୍ଗାମା । ସରପଞ୍ଚଙ୍କ ଠାରୁ ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କୁ ଅସମ୍ମାନ ଅଭିଯୋଗରେ ବୈଠକ ବର୍ଜନ କଲେ ସରପଞ୍ଚ ଓ ସମିତି ସଭ୍ୟ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା । ସେପଟେ ବୈଠକରେ ଉପସ୍ଥିତ ଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବୈଠକରେ ଗଣ୍ଡଗୋଳକୁ ନେଇ ବୁଝାଇବା ସମୟରେ ପରିସ୍ଥିତି ଶାନ୍ତ ନ ହେବାରୁ ବିଧାୟକ ମଧ୍ୟ ବୈଠକ ଛାଡି ଚାଲିଆସିଥିଲେ ।

ତେବେ ଗୁରୁବାର ଜରାସିଂହାଠାରେ ବିଭିନ୍ନ ଉନ୍ନୟନମୂଳକ କାମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା । ସେଠାରେ ସରପଞ୍ଚ କିମ୍ବା ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କୁ ଡକାଯାଇନଥିଲା । କେବଳ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହାକୁ ନେଇ ବୈଠକ ଆରମ୍ଭରୁ କିଛି ସମିତି ଓ ସରପଞ୍ଚଙ୍କ ସହ ଜିଲ୍ଲା ପରିଷଦ ଏହାକୁ ବିରୋଧ କରିଥିଲେ । ଏନେଇ କଥା କଟା କଟି ହେବା ସହ ପ୍ରଥମେ ସରପଞ୍ଚ ସଙ୍ଘ ବୈଠକ ଛାଡି ଚାଲିଆସିଥିଲେ ବାହାକୁ ଓ ଧାରଣା ଦେଇଥିଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ।

ପରେ ସମିତି ସଭ୍ୟ କିଛି ବୈଠକ ଛାଡି ଚାଲିଆସିଥିଲେ । ଏନେଇ ସାଲେପାଲି ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମଣ ମେହେର ଟେବୁଲ ବାଡେଇବା ସହ କିଛି କଥା କହିବାରୁ ତାଙ୍କୁ ବ୍ଲକ ଅଧ୍ୟକ୍ଷ ମନା କରିବା ସହ ବୈଠକ ଛାଡିକି ଯିବେ ଯାଆନ୍ତୁ ହେଲେ ଟେବୁଲ ବାଡାନ୍ତୁ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ଅସନ୍ତୋଷ ବଢିବା ସହ ବୈଠକ ବର୍ଜନ କରିଥିଲେ ସମିତି ସଭ୍ୟ । ଏନେଇ ବଲାଙ୍ଗୀର ବିଧାୟକ ମଧ୍ୟ ଉପସ୍ଥିତ ଥିବା ବେଳେ ସମସ୍ତଙ୍କୁ ବୁଝାଇଥିଲେ ହେଲେ ନ ବୁଝିବାରୁ ବୈଠକ ଛାଡି ଚାଲିଆସିଥିଲେ । ତେବେ ଦେଓଗାଁ ବ୍ଲକରେ ଏବେ ବିଭିନ୍ନ ଉନ୍ନୟନମୂଳକ କାମ ଠପ ହୋଇଥିବା ବେଳେ ଏଭଳି ବୈଠକରେ ସରକାରଙ୍କ ନିୟମ ପାଳନ ନ କରିବାକୁ ନିନ୍ଦା କରିବା ସହ ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସମିତି ସଭ୍ୟ  ଓ ସରପଞ୍ଚ । ସେପଟେ କିଛି ମନୋମାଳିନ୍ୟ ଅଛି ତାକୁ ସୁଧାର ଆଣି ପୁଣି ବୈଠକ ହେବ ବୋଲି ବ୍ଲକ୍ ଅଧ୍ୟକ୍ଷ କହିଛନ୍ତି ।

You Can Read :

   Related Posts