ନୂଆଦିଲ୍ଲୀ ୦୩।୦୫: ଜାମ୍ମୁ-କାଶ୍ମୀରର ହନ୍ଦଓ୍ଵାଡାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ୨୧ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଙ୍ଗ କର୍ଣ୍ଣେଲ ଅଫିସର ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ହନ୍ଦଓ୍ଵାଡାରେ ସହିଦ ଆମର ସାହାସୀ ସୈନିକ ଓ ସୁରକ୍ଷାକର୍ମୀଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ। ତାଙ୍କର ବୀରତ୍ଵ ଏବଂ ବଳିଦାନକୁ କେବେ ଭୁଲି ହେବ ନାହିଁ। ବୀର ଯବାନ ଅତ୍ୟନ୍ତ ସମର୍ପଣ ସହିତ ଦେଶ ସେବା କରିଛନ୍ତି ଏବଂ ନାଗରିକଙ୍କ ସୁରକ୍ଷା ଲାଗି ଅକଥନୀୟ ପରିଶ୍ରମ କରିଛନ୍ତି। ସେମାନଙ୍କର ପରିବାର ଓ ବନ୍ଧୁଙ୍କ ପ୍ରତି ସମବେଦନା।
wp:core-embed/twitter {"url":"https://twitter.com/narendramodi/status/1256878565506732034","type":"rich","providerNameSlug":"twitter","className":""} /wp:core-embed/twitterପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍ କରି ଲେଖିଛନ୍ତି ଯେ, ହନ୍ଦଓ୍ଵାଡାରେ ଯବାନ ଓ ସୁରକ୍ଷାକର୍ମୀଙ୍କ ସହିଦ୍ ହେବା ଦୁଃଖ ଦାୟକ ଏବଂ ବିଚଳିତ କରିବା ଭଳି ହୋଇଛି। ଆମର ସମସ୍ତ ଯବାନ ଆତଙ୍କବାଦୀଙ୍କ ସହ ଲଢି ଅଦ୍ୟମ ସାହାସର ପରିଚୟ ଦେଇଛନ୍ତି। ତାଙ୍କର ଏହି ବଳିଦାନ ଓ ସାହାସ କେବେ ଭୁଲା ଯାଇ ପାରିବ ନାହିଁ।
ସେ ପରବର୍ତ୍ତୀ ଟୁଇଟ୍ରେ ଲେଖିଛନ୍ତି- ମୁଁ ହନ୍ଦଓ୍ଵାଡାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ସହିଦ ହୋଇଥିବା ସୈନିକ ଓ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ମୋର ସମବେଦନା ସହିଦଙ୍କ ପରିବାର ସହିତ ରହିଛି। ଭାରତ ଏହି ବାହାଦୂର ସହିଦଙ୍କ ପରିଜନ ପ୍ରତି କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛି।
wp:core-embed/twitter {"url":"https://twitter.com/rajnathsingh/status/1256809990062436352","type":"rich","providerNameSlug":"twitter","className":""} /wp:core-embed/twitterକରୋନା ମହାମାରୀ ଲଢେଇ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢେଇ ଜାର ରହିଛି। ମାତ୍ର ରବିବାର ସକାଳେ ମାହୋଲ ଶୋକାକୂଳ ହୋଇ ପଡିଥିଲା, ଯେବେ ଖବର ଆସିଲା ଯେ, ହନ୍ଦଓ୍ଵାଡାର ରାଜଓ୍ଵାର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ପାଞ୍ଚ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।
ସହିଦ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୨୧ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସାହୁ, ନାୟକ ରାକେଶ, ଲାନ୍ସ ନାୟକ ଦିନେଶଙ୍କ ସହିତ ଜାମ୍ମୁ-କାଶ୍ମୀର ପୋଲିସର ସବ ଇନ୍ସପେକ୍ଟର ସକିଲ କାଜି ସହିଦ ହୋଇଛନ୍ତି।
ଏହି ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକ ଦୁଇ ଆତଙ୍କବାଦୀ ଲସ୍କର ଏ ତୋଇବାର ଆତଙ୍କୀ ଥିଲେ। ଜଣେ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା କୁହାଯାଉଛି।