କୁସ୍ତି ଯୋଦ୍ଧା ଆନ୍ଦୋଳନ: ସମ୍ବେଦନଶୀଳ ଭାବେ ଚାଲିଛି ତଦନ୍ତ, ଚାର୍ଜଶିଟ୍ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ମନ୍ତ୍ରୀ

Published By : Prameya-News7 Bureau | June 01, 2023 IST

ମୁମ୍ବାଇ: କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ ବଢ଼ିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି। ଚାପ ପଡ଼ିବା ପରେ ଏବେ କୁସ୍ତିଯୋଦ୍ଧାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସ୍ୱର ସମ୍ବେଦନଶୀଳ ଶୁବୁଛି। କେନ୍ଦ୍ରୀ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସମସ୍ତ ଖେଳାଳି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଆମେ ଅତି ସମ୍ବେଦନଶୀଳ ଭାବେ ତଦନ୍ତ କରୁଛୁ। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର୍।

ମନ୍ତ୍ରୀ କହିଛନ୍ତି “ ଏହି ଘଟଣାକୁ ଆମେ ଅତି ସମ୍ବେଦନଶୀଳ ଭାବେ ପରିଚାଳନା କରୁଛୁ। ଖେଳାଳିମାନେ ଯାହା ଦାବି କରୁଛନ୍ତି, ଆମେ ସେ ସବୁ କରୁଛୁ। ଦିଲ୍ଲୀ ପୁଲିସ ଥରେ ଚାର୍ଜଶିଟ୍ ଫାଇଲ୍ କରିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ଘଟଣାର ରାଜନୀତିକରଣ କରୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହିଁବି ଯେ ସମସ୍ତଙ୍କ ପାଇଁ ଆଇନ ସମାନ। ଖେଳାଳିମାନେ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।”

wp:heading {"level":4}

ପଢ଼ନ୍ତୁ - କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ: ମହାପଞ୍ଚାୟତ ପରେ କହିଲେ ରାକେଶ ଟିକାୟତ

/wp:heading

ଚଳିତ ବର୍ଷ ଆରମ୍ଭରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଲଗାଇବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏକ ଓଭରସାଇଟ୍ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଜରଙ୍ଗ ପୁନିଆ, ବିନେଶ ଫାଗୋଟା ଓ ଶାକ୍ଷୀ ମଲ୍ଲିକଙ୍କ ଭଳି ପ୍ରମୁଖ କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତାଙ୍କୁ ଗିରଫ କରିବାକୁ ଦାବି ଆନ୍ଦୋଳନ ଜାରି ରଖିଛନ୍ତି।

{"width":838,"height":472}
Wrestlers' protest: Parties exercise caution over ramifications ahead of LS  polls | Deccan Herald

ଏହି ଘଟଣାରେ କୁସ୍ତି ଯୋଦ୍ଧାଙ୍କ ପ୍ରତି ଧୀରେ ଧୀରେ ସମର୍ଥନ ବଢ଼ିବାରେ ଲାଗିଛି। ବାବା ରାମଦେବ, ରାଜ ଠାକରେ, ମମତା ବାନାର୍ଜୀ, ବକ୍ସର ବିଜେନ୍ଦ୍ରଙ୍କ ଭଳି ପ୍ରମୁଖ ନେତା ଓ କ୍ରୀଡ଼ନକ ସମର୍ଥନ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କର କୌଣସି ନେତାମନ୍ତ୍ରୀ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରୁ ନାହାନ୍ତି। ଏମିତିକି ମିଡିଆକୁ ଦେଖିବା ମାତ୍ରେ ଧାଇଁ ପଳାଉଛନ୍ତି ବିଜେପି ନେତ୍ରୀ। ଏହି ମାମଲାରେ ଭାରତୀୟ କୁସ୍ତି ସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ବି ଅଭିଯୁକ୍ତ ଅଛନ୍ତି।   

ମନ୍ତ୍ରୀ କହିଛନ୍ତି ଆହୁରି କହିଛନ୍ତି “ସେମାନେ କହିଲେ ଡବ୍ଲୁଏଫ୍‌ଆଇ କର୍ମଚାରୀଙ୍କୁ ବହିଷ୍କାର କର ଆମେ କଲୁ। ପ୍ରାଶାନିକ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଲେ ଆଇଓଏ ଏନେଇ ଏକ କମିଟି ଗଠନ କରି ତଦନ୍ତ କରୁଛି। ସେମାନେ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ।”

wp:heading {"level":4}

ପଢ଼ନ୍ତୁ -ବ୍ରିଟିଶଙ୍କୁ ଯେମିତି ବିଦା କଲେ ଏହି ସରକାରଙ୍କୁ ମଧ୍ୟ ସେମିତି ବିଦା କରିବେ ଲୋକେ: ମହାବୀର ସିଂହ ଫୋଗାଟ୍

/wp:heading

କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇ ଆଜି ମୁଜାଫରନଗର ଠାରେ ଏକ ମହାପଞ୍ଚାୟତ ଆୟୋଜନ ହୋଇଥିଲା। ଏଥିରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକାଠୀ ହୋଇଥିଲେ କୃଷକ ସଂଗଠନ ନେତା ଓ ଖାପ୍ ପଞ୍ଚାୟତ। ଆସନ୍ତାକାଲି ହରିଆଣାରେ ଏକ ବୈଠକ ହେବ। ଏହି ବୈଠକରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୃଷକ ସଂଗଠନ ରାକେଶ ଟିକାୟତ କହିଛନ୍ତି। କୃଷକ ଓ ହରିଆଣା ଖାପ୍‌ ପଞ୍ଚାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଉଛନ୍ତି। ଆଗକୁ ଯାହା ନିଷ୍ପତ୍ତି ନିଆଯିବ ସେ ନେଇ ରଣନୀତି ତଆରି କରାଯିବ।

ରାକେଶ ଟିକାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଘୋଷଣା କରି କହିଛନ୍ତି ଯେ ଦରକାର ପଡ଼ିଲେ ଆମେ ରାଷ୍ଟ୍ରପତିଙ୍କ ପାଖକୁ ଯିବୁ। ଆମେ ଆପଣମାନଙ୍କ ସହ ଅଛୁ। ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ ଟିକାୟତ ଖେଳାଳିଙ୍କୁ ଆଶ୍ୱାସନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.