କନ୍ଧମାଳ ବାଲିଗୁଡାରେ ଅନ୍ଧବିଶ୍ବାସର କରୁଣ ପରିଣତି, ଜଳିଗଲେ ଦିବ୍ୟାଙ୍ଗ

Published By : Prameya-News7 Bureau | September 15, 2018 IST

କନ୍ଧମାଳ ୧୪/୦୯: କନ୍ଧମାଳ ବାଲିଗୁଡାରେ ଅନ୍ଧବିଶ୍ବାସର କରୁଣ ପରିଣତି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି । ଆରୋଗ୍ୟ କାମନା କରି ଜଣେ ଦିବ୍ୟାଙ୍ଗଙ୍କୁ ଠାକୁରାଣୀଙ୍କ ଆଗରେ ଝାମୁ ନିଆଁରେ ଟଙ୍ଗାଇ ଦେଇଥିଲେ । ସେଥିରେ ପୋଡି ହୋଇ ଦିବ୍ୟାଙ୍ଗଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲେ । ଏହି ଘଟଣା ପଛରେ ଦାୟୀ ଲୋକଙ୍କୁ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଗତ ଶନିବାର ବାଲିଗୁଡା ଭଗାମୁଣ୍ଡା ମହାମାୟୀ ମନ୍ଦିରରେ ଅତି ଅମାନୁଷିକ ଭାବରେ ଜଣେ ଦିବ୍ୟାଙ୍ଗଙ୍କୁ ଗୋଟିଏ ଦଉଡିରେ ବାନ୍ଧି ନିଆଁ ଉପରେ ଓଲଟା ଟାଙ୍ଗି ଦିଆଯାଇଥିଲା । ଦିବ୍ୟାଙ୍ଗ ଜଣକ ଥିଲେ ଅସହାୟ, ଏଣେ ଅନ୍ଧବିଶ୍ବାସରେ ବୁଡିଥିବା ଲୋକେ ଥିଲେ ଅନ୍ଧ । ମନ୍ଦିର କର୍ତ୍ତୃପକ୍ଷ ଏପରି ଅମାନୁଷିକ କାଣ୍ଡ ଭିଆଇଥିଲେ । ଏଥିରେ ତାଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଥିଲା । ଏହି ଭିଜୁଆଲ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି ଘଟଣା । ଏଣେ ଘଟଣା ପ୍ରଘଟ ହୋଇଯିବା ଭୟରେ ଯୁବକଙ୍କୁ ଡାକ୍ତରଖାନା ନନେଇ ଗୋଟିଏ ଘରେ ଲୁଚାଇ ରଖିଥିଲେ । ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି । ଏହି ଘଟଣାର ପଛରେ ଥିବା ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଦିବ୍ୟାଙ୍ଗଙ୍କ ପରିବାର ଲୋକ ବି ଭୟରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.