ଲକ୍‌ଡାଉନ୍‌ରେ ହାତଗଣ୍ଠି: ବାହାଘର ପରେ କରୋନା ସଚେତନତା ବାଣ୍ଟିଲେ ବର-କନ୍ୟା

Published By : Prameya-News7 Bureau | March 25, 2020 IST

ମୁରାଦାବାଦ୨୫/୩: ଲକଡାଉନ୍‌ରେ ହେଲା ବାହାଘର। ବର ଏବଂ କନ୍ୟା ବ୍ୟତୀତ ବିବାହରେ ସାମିଲ ହେଲେ ଚାରିଜଣ ବରଯାତ୍ରୀ । ୩ଟି ବାଇକ୍‌ରେ ବର ଏବଂ କନ୍ୟା ସମେତ ଚାରି ବରଯାତ୍ରୀ ଗାଁ ଗଳି ଯିବାବେଳେ ସମସ୍ତେ ସେମାନଙ୍କୁ ସ୍ବାଗତ କରିଥିଲେ। କେବଳ ସେତିକି ନୁହେଁ ବରଯାତ୍ରୀଙ୍କୁ ସାଙ୍ଗଧରି କରୋନା ଭାଇରସ୍‌ରୁ କିପରି ବର୍ତ୍ତିବା ସେନେଇ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ବର-କନ୍ୟା। ଏଭଳି ଦୃଶ୍ୟ ଫରିଦାବାଦରେ ଦେଖିବାକୁ ମିଳିଛି।

{"id":243964,"sizeSlug":"large"}

ତେବେ କରୋନା ଭାଇରସ୍‌ ଯୋଗୁଁ ମୁରାଦାବାଦକୁ ଲକଡାଉନ୍ ଘୋଷଣା କରାଯାଇଛି। ବିବାହ ଏବଂ ବିଭିନ୍ନ ସାମୂହିକ କାର୍ଯ୍ୟ ଉପରେ ରୋକ ମଧ୍ୟ ଲଗାଯାଇଛି। ଯେଉଁମାନଙ୍କ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲା, ସେମାନଙ୍କ ବାହାଘରକୁ ସ୍ଥଗିତ କରି ଦିଆଯାଇଛି। କିନ୍ତୁ ମଙ୍ଗଳବାର ଏହି ବର-କନ୍ୟା ବିବାହ ପାଇଁ ବାହାରିଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ବର-କନ୍ୟାଙ୍କୁ ଆର୍ଶୀବାଦ ଦେଇଥିଲେ।  ଗାଁର ଲୋକମାନେ ଛାତ ଉପରେ ଛିଡ଼ା ହୋଇ ବର-କନ୍ୟାଙ୍କୁ ଦେଖୁଥିଲେ। ଲକଡାଉନ୍ ପ୍ରଭାବ ଯୋଗୁଁ ବର-କନ୍ୟା ସାଙ୍ଗରେ ଅଧିକ ବରଯାତ୍ରୀ ଆଣି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.